ସିଗାରେଟ୍ ଧୂଆଁ ଠାରୁ ମଧ୍ୟ ଅଧିକ କ୍ଷତିକାରକ ଧୂପ କାଠି: ଜାଣନ୍ତୁ କେମିତି

ସିଗରେଟ୍ ଧୂଆଁ ଠାରୁ ମଧ୍ୟ ଅଧିକ କ୍ଷତିକାରକ ଧୂପ କାଠିର ଧୂଆଁ।ଜାଣନ୍ତୁ ଏହା ପଛରେ କଣ ରହିଛି ବୈଜ୍ଞାନିକ କାରଣ।
ହିନ୍ଦୁ ଧର୍ମରେ ପୂଜା ଅର୍ଚ୍ଚନା କୁ ବହୁତ୍ ଗୁରୁତ୍ଵ ଦିଆଯାଏ।ଆଉ ପୂଜା ସମୟରେ ଦୀପ ମଧ୍ୟ ଜଳାଉ ଥାନ୍ତି।

କେବଳ ହିନ୍ଦୁ ନୁହେଁ ମୁସଲମାନ ମଧ୍ୟ ଧୂପ କାଠି ଜାଳିଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଧୂପ କାଠିର ଧୂଆଁ ସିଗାରେଟ ର ଧୂଆଁ ଠାରୁ ମଧ୍ୟ ଅଧିକ ବିପଦ ଜନକ ଅଟେ।ନିକଟରେ ଏକ ଗବେଷଣାରୁ ଜଣା ପଡ଼ିଛି ଧୂପ କାଠିର ଧୂଆଁ ରୁ ଛୋଟ ଛୋଟ କଣିକା ବାୟୁରେ ମିଶିଯାଏ।ଏହି ସମସ୍ତ କଣିକାରେ ଏଭଳି କିଛି ଟଣୀଙ୍ଗ ଥାଏ ଯାହା ମଣିଷ ଶରୀର ମଧ୍ୟରେ ପୋଷର କ୍ଷତି କରିଥାଏ

ଚୀନ୍ ରେ କରାଯାଇଥିବା ଏହି ଗବେଷଣାରୁ ଜଣା ପଡ଼ିଛି ଏଥିରେ ୩ପ୍ରକାର ଟନୀଙ୍ଗ ଥାଏ।ଯାହା କର୍କଟ ରୋଗ ଆଶଙ୍କା କୁ ବୃଦ୍ଧି କରିଥାଏ।ମଣିଷ ଶରୀରରେ ଜେନେଟିକ ମୁଟେସନ୍ କାରଣରୁ DNA ମାଧ୍ୟମରେ ପରିବର୍ତ୍ତନ ଦେଖାଯାଏ ତାହା ଶରୀର ପାଇଁ ଉପଯୁକ୍ତ ନୁହେଁ।ଯେତେବେଳେ ଧୂପ କାଠି ର ସୁଗନ୍ଧ ବାସ୍ନା ଆମ ଶରୀର ଭିତରକୁ ପ୍ରବେଶ କରେ ସେତେବେଳେ ତାର କୁପ୍ରଭାବ ଶରୀର ଉପରେ ପଡିଥାଏ।

ଏହି ଧୁଆଁରେ ୬୪ ପ୍ରକାର କଣିକା ରହିଥାଏ।ଯାହା ଶ୍ୱାସ କ୍ରିୟା କୁ ରୋକିବାରେ ସହାୟକ ହୋଇଥାଏ।ତେବେ ଜାଣିଲେ ତ ଧୂପ କାଠି ଆମ ଶରୀର ପାଇଁ କେତେ କ୍ଷତିକାରକ।

Leave a Reply

Your email address will not be published. Required fields are marked *