ଏଲଇଡି ଲାଇଟ୍ ପାଇଁ ମଧ୍ୟ ହେଉଛି କ୍ୟାନ୍ସର: କଣ କରିବେ କିପରି ରକ୍ଷା ପାଇବେ

ଯଦି ଆପଣମାନେ ଘରେ ଏଲେଇଡ୍ ଲାଇଟ୍ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏହା ଦ୍ବାରା ଘଟୁଛି କ୍ୟାନ୍ସର। ତେବେ କଣ ରହିଛି ଏହି ଘଟଣା ପଛରେ ରହସ୍ୟ ଆସନ୍ତୁ ଜାଣିବା।

ସମଗ୍ର ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି କ୍ୟାନ୍ସର।

ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିବାର ଦେଖିବାକୁ ମିଳୁଛି।ତେବେ ଏହି ରୋଗର ମଧ୍ୟ ଅନେକ ଗୁଡ଼ିଏ କାରଣ ରହିଛି।କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏଲେଇଡି ଲାଇଟ୍ ଦ୍ବାରା ମଧ୍ୟ ବ୍ୟାପୁଛି କ୍ୟାନ୍ସର।ନିକଟରେ ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଏଲେଇଡି ଲାଇଟ୍ ଦ୍ବାରା ସ୍ଥନ ଏବଂ ମୂତ୍ରାଶୟ ଗ୍ରନ୍ଥି କର୍କଟ ହେବାର ବହୁତ୍ ସମ୍ଭାବନା ଅଛି।

ଏହି ଲାଇଟ୍ ରୁ ସବୁଜ ରଙ୍ଗର ଏକ ରଶ୍ମି ବାହାରିଥାଏ।ଯାହା ଶରୀରରେ ନିଦର ପରିମାଣକୁ ତ୍ଵରାନିତ କରିଥାଏ।ଫଳରେ ଶରୀର ଉପରେ ଖରାପ୍ ପ୍ରଭାବ ପଡିଥାଏ।ଯାହାଦ୍ଵାରା କର୍କଟ ର ଆଶଙ୍କା ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ରାତିରେ କାମ କରୁଥିବା ଲୋକ ମଧ୍ୟରେ କର୍କଟ ହେବାର ସମ୍ଭାବନା ଅଧିକ ଥାଏ।ତେବେ ୨୦ ରୁ ୮୫ ବୟସର ୪୦୦୦ ଲୋକଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା।ଯେଉଁଥିରେ ଏଲେଇଡ ଲାଇଟ୍ ଦ୍ବାରା ବଢୁଥିବା କର୍କଟ ସମସ୍ୟା ପ୍ରମାଣିତ ହେଉଛି।

Leave a Reply

Your email address will not be published. Required fields are marked *