ଖାଲି ପେଟ ରେ କିସମିସ ପାଣି ପିଇବା ର ଆଶ୍ଚର୍ଯ୍ୟ ଜନିତ ଫାଇଦା

ଆଜି ଆମେ ଆଲୋଚନା କରିବା କିସମିସ ବିଷୟରେ ।ଏହାକୁ ଶୁଖିଲା ଅଙ୍ଗୁର କୁହାଯାଏ।ଏହାର ସେବନ ଦ୍ବାରା ବହୁ ପ୍ରକାରର ଶାରୀରିକ ସମସ୍ୟା ଦୂର ହୋଇଥାଏ।ଏହାକୁ ଭେଦାଇ କିମ୍ବା ଶୁଖିଲା ଆପଣ ଖାଇପାରିବେ।ସାଧାରଣତଃ ଲୋକମାନେ ଏହା ଜାଣି ଅଛନ୍ତି କିସମିସ ଖାଇବା ଦ୍ବାରା ବୟସ ବଢ଼ିଥାଏ। ତ୍ୱଚାର ଉଜଳତା ମଧ୍ୟ ବଢ଼ିଥାଏ।

ଆଜି ଆମେ କିସମିସ ର ଫାଇଦା ବିଷୟରେ ଜାଣିବା।
ଯଦି ଆପଣଙ୍କୁ ଜର ହେଉଛି ତେବେ ଆପଣ ଏହାକୁ ସେବନ କରନ୍ତୁ।ଏଥିରେ ମହଜୁଦ ଫିନୋଲିକ୍,ଆଣ୍ଟି ବାୟୋତିକ, ଆଣ୍ଟି ଅକ୍ସିଡ଼ାଣ୍ଟ ତତ୍ତ୍ଵ ଦ୍ବାରା ଜର ଛୁ ମନ୍ତର ହୋଇଯାଇଥାଏ।

ଆୟୁର୍ବେଦ ଅନୁସାରେ ଯଦି ଆପଣ ସବୁଦିନ ସକାଳେ କିସମିସ ର ପାଣି ପିଇବେ ତେବେ ଆପଣ ନିରୋଗ ରହିବେ।ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ଆଉ ମେଟାବୋଲିଜିିମ୍ ସ୍ଥରକୁ ନିୟନ୍ତ୍ରଣ ରଖିଥାଏ।ଯାହା ଦ୍ବାରା ଆପଣ ସବୁବେଳେ ଫିଟ୍ ରହିବେ।ଯଦି ଆପଣଙ୍କୁ ଗ୍ୟାସ, ଏସିଡିିଟି କିମ୍ବା ଦୁର୍ବଳତା ଆଦିର ସମସ୍ୟା ରହିଛି ତେବେ ଏହା ଆପଣଙ୍କ ପାଇଁ ବହୁତ୍ ଲାଭଦାୟକ ଅଟେ।

କିସମିସ ର ପାଣିକୁ ପ୍ରତିଦିନ ପିଇବା ଦ୍ବାରା କଲେଷ୍ଟ୍ରୋଲ୍ ଲେଭେଲ୍ କୁ ଠିକ୍ ରଖିଥାଏ।
ରାତିରେ ଶୋଇବା ପୁର୍ବରୁ ଏକ କପ୍ ପାଣିରେ ଗୋଟେ ମୁଠା କିସମିସ ଭେଦେଇ ଦିଅନ୍ତୁ।ସକାଳୁ ଏହି ପାଣିକୁ ଛାଣି ପିଅନ୍ତୁ।ଏବଂ କିସମିସ କୁ ଭଲ ଭାବରେ ଚୋବାଇ ଖାଇ ଦିଅନ୍ତୁ।

Leave a Reply

Your email address will not be published. Required fields are marked *