ପୁରୀ ଅଶାନ୍ତ ,ମନ୍ତ୍ରୀ ମହେଶ୍ୱର ଏବଂ ଏସପି ଙ୍କ ଘରେ ଆନ୍ଦୋଳନ କାରୀ ଙ୍କ ଭଙ୍ଗାରୁଜା

ଏସପି ଏବଂ ମନ୍ତ୍ରୀ ଙ୍କ ଘରକୁ ଘେରାଓ

ଶ୍ରୀମନ୍ଦିର ରେ ଧାଡି ଦର୍ଶନ ପାଇଁ ନୂଆ ନିୟମ କରାଯାଇଥିଲେ ମଧ୍ୟ ଭକ୍ତ ମାନେ ଧାଡିରେ ଯାଉଥିବା ବେଳେ ହଠାତ କିଛି VIP ବ୍ୟକ୍ତି ଧାଡି ରେ ନଯାଇ ସିଧାସଳଖ ମନ୍ଦିର କୁ ପ୍ରବେଶ କରିଥିଲେ ଯାହାକୁ ନେଇ ଭକ୍ତ ଏବଂ ପୋଲିସ ମଧ୍ୟରେ ଗତକାଲି ଠେଲା ପେଲା ଲାଗିରହିଥିଲା I ଧାଡି ଦର୍ଶନ କୁ ବିରୋଧ କରି ଭକ୍ତ ମାନେ ବ୍ୟାରିକେଡ଼ ଭାଙ୍ଗିଦେଇଥିଲେ I

ତେବେ ଧାଡି ଦର୍ଶନ କୁ ବିରୋଧ କରି ଆଜିଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା କିନ୍ତୁ ପରିସ୍ଥିତି ଭୟଙ୍କର ହେଇପାରେ ଅନୁମାନ କରି ସକାଳୁ ପୋଲିସ ଶ୍ରୀ ଜଗନ୍ନIଥ ସେନା ର ଆବାହକ ପିକୁ ପଟନାୟକ ଙ୍କୁ ଘରୁ ଉଠାଇ ନେଇଥିଲା ଏହା ଜଣାପଡିବା ପରେ ସମର୍ଥକ ମାନେ ପୁରୀରେ ଲଙ୍କା କାଣ୍ଡ ଘଟାଇଛନ୍ତି I

ହଠାତ୍ ଅଶାନ୍ତ ହୋଇ ପଡିଛି ପୁରୀ ସହର I । ସିଂହଦ୍ୱାର ରୁ ପ୍ରବଳ ଟେକା ପଥର ମାଡ ହେବା ସହିତ ସୂଚନା କେନ୍ଦ୍ର, ସିଂହଦ୍ଵାର ଫାଣ୍ଡି, ମନ୍ଦିର କାର୍ଯ୍ୟାଳୟ ରେ ବ୍ୟାପକ ପୋଡ଼ାପୋଡ଼ି କରାଯାଇଛି

I ସିଂହଦ୍ୱାର ରୁ ଆନ୍ଦୋଳନକାରୀ ମନ୍ତ୍ରୀ ମହେଶ୍ଵର ମହାନ୍ତି ଙ୍କ ଘରେ ପଶି ଫୁଲ କୁଣ୍ଡ ଏବଂ ଅନାନ୍ୟ ଅସବବାବା ପତ୍ର ଭାଙ୍ଗିବା ସହିତ ସର୍କିଟ ହାଉସ କୁ ଘେରାଓ କରି

ଏସପି ସାର୍ଥକ ଷଡ଼ଙ୍ଗୀ ଙ୍କ ଘର କୁ ହଜାର ହଜାର ସମର୍ଥକ ଘେରାଓ କରିଛନ୍ତି I(ପୁରୀ ଅଶାନ୍ତ , ମନ୍ତ୍ରୀ ମହେଶ୍ୱର ଏବଂ ଏସପି ଙ୍କ ଘରେ ଆନ୍ଦୋଳନ କାରୀ ଙ୍କ ଭଙ୍ଗାରୁଜା)

Leave a Reply

Your email address will not be published. Required fields are marked *