ଦାମ ଙ୍କ କଂଗ୍ରେସ ଭବନ ଗସ୍ତକୁ ନେଇ ଚର୍ଚ୍ଚା ,ନୂଆ ଦଳ ପାଇଁ ବିଜୟ ଧରା ଛୁଆଁ ଦେଉନାହାନ୍ତି I ବୈଜୟନ୍ତ ରାଜି

ବିଜେଡି ରୁ ବହିଷ୍କାର ହବା ପରେ ସବୁଠୁ ଚର୍ଚ୍ଚା ରେ ଥିବା ରାଜ୍ୟ ରାଜନୀତିର ବଳିଷ୍ଠ ନେତା ଦାମୋଦର ରାଉତ ଙ୍କ ଆଗାମୀ ପଦକ୍ଷେପ କୁ ନେଇ ସମସ୍ତେ ଚାତକ ଭଳି ଅପେକ୍ଷା କରିଥିବା ବେଳେ ଶୁଣାଯାଉଛି କି ଦାମୋଦର ଏକ ନୂଆ ଦଳ ଗଠନ କରିବେ ଯେଉଁଥିର ମଙ୍ଗ ଧରିବେ ବୈଜୟନ୍ତ ଏବଂ ସମସ୍ତ ବିଜୁ ଅନୁଗାମୀ ମାନଙ୍କୁ ଏକତ୍ରିତ କରାଯିବ I ତେବେ ଗତକାଲି ଗାନ୍ଧୀଜୟନ୍ତୀ ଉପଲକ୍ଷେ ସମ୍ଭିଧାନ ବଞ୍ଚାଅ କାର୍ଯ୍ୟକ୍ରମ ରେ କଂଗ୍ରେସ ଭବନ ରେ ଦାମ ଙ୍କୁ ଦେଖିବାକୁ ମିଳିଥିଲା I

ଏନେଇ ଦାମ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏହା ଏକ ନିର୍ଧଳୀୟ କାର୍ଯ୍ୟକ୍ରମ ହେଇଥିବାରୁ କଂଗ୍ରେସ ପକ୍ଷରୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେ ଯୋଗ ଦେଇଥିଲେ ତେବେ ନୂଆ ଦଳ ଗଠନ ନେଇ ଦାମ କହିଛନ୍ତି ଯେ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନାହିଁ କିନ୍ତୁ ଏଥିପାଇଁ ବୈଜୟନ୍ତ ରାଜିଥିବା ବେଳେ ବିଜୟ ମହାପାତ୍ର ଧରାଛୁଆଁ ଦେଉନାହାନ୍ତି I ତେବେ ଦାମ ରାଉତ ଙ୍କୁ କଂଗ୍ରେସ ଭବନ ରେ ଦେଖିବା ପରେ ରାଜ୍ୟ ରାଜନୀତି ରେ କିଛି ନୂଆ ସମୀକରଣ ଦେଖାଯାଇପାରେ ବୋଲି ରାଜନୀତିଜ୍ଞ ମାନେ ଆଲୋଚନା କରୁଛନ୍ତି I

Leave a Reply

Your email address will not be published. Required fields are marked *