ଦୀର୍ଘ ୨୦ ବର୍ଷ ପରେ ପୁଣି ବଜାର କୁ କାଗଜ ଠୁଙ୍ଗା ଫେରିଛି

ଦିନ ଥିଲା ଯେତେବେଳେ ଠୁଙ୍ଗାର ଜମାନା ଥିଲା ,କ୍ରମଶଃ ପଲିଥିନ ଚାହିଦା ବୃଦ୍ଧି ହେବାରୁ ନିଜର ଅସ୍ତିତ୍ବ ହରାଇଥଲା ଠୁଙ୍ଗା I ସତେ ଯେପରି ସମସ୍ତେ ଧୀରେ ଧୀରେ ଭୁଲିବାକୁ ଲାଗିଲେ ଠୁଙ୍ଗାକୁ I ପେପର ରେ ତିଆରି ଏହି ଠୁଙ୍ଗାରେ ଦୋକାନ ରୁ ଅସବାବ ପତ୍ର ନେବାରେ ବ୍ୟବହୃତ ହେଉଥିଲା I ପରିବେଶ ଉପଯୋଗୀ ମଧ୍ୟ ଏହା ଥିଲା I ଖୁବ ସହଜରେ ଏହା ନଷ୍ଟ ହେଇଯାଉଥିଲା I କିନ୍ତୁ ଅତ୍ୟଧିକ ପଲିଥିନ ବ୍ୟବହାର ଠୁଙ୍ଗାକୁ ବିଦା କରିଥିଲା ବଜାର ରୁ I ଏହା ଦ୍ୱାରା ଅନେକ ନିଜର ଜୀବିକା ମଧ୍ୟ ହରେଇଥିଲେ I ତେବେ ପ୍ଲାଷ୍ଟିକ ପଲିଥିନ ପରିବେଶ ପ୍ରଦୂଷଣ କରୁଥୁବାରୁ ଏହାକୁ ଅନ୍ୟ ରାଜ୍ୟରେ ନିଷିଦ୍ଧ କରାଯାଇଥିଲା I ଓଡ଼ିଶାରେ ମଧ୍ୟ ପ୍ଲାଷ୍ଟିକ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି I ଗାନ୍ଧୀଜୟନ୍ତିରୁ ଏହାକୁ ନିଷେଧ କରାଯାଇଛି I ପଲିଥିନ ନିଷେଧ ପରେ ହଠାତ ଉଭାନ ହେଇଯାଇଥିବା ଠୁଙ୍ଗା ପୁଣି ଥରେ ବଜାର କୁ ଫେରିଛି କିଛି ନୂଆ ଆଶା ଏବଂ ସମ୍ଭାବନା ରେ I

ପୁଣି ଥରେ ଠୁଙ୍ଗାର ଚାହିଦା ବଢିଛି ,ଏହାକୁ ନେଇ କିଛି ବେରୋଜଗାରୀ ନିଜର ଦମ୍ଭ ଭିଡିଛନ୍ତି ,ଠୁଙ୍ଗା ତିଆରି କରି ନିଜର ଜୀବିକା ନର୍ବାହ କରିବାକୁ I

Leave a Reply

Your email address will not be published. Required fields are marked *