ବିଜେଡି ଗଡରେ ଧସେଇ ପଶି ଦମ୍ଭ ଦେଖାଉଛନ୍ତି ଦାମ,ମାହାଙ୍ଗା ଏବଂ ନିମାପଡା ରେ ପ୍ରବଳ ଜନସମାଗମ

ନିକଟରେ ଦୁର୍ନୀତି ବିରୁଧରେ ସ୍ୱର ଉତ୍ତଳନ କରି ବିଜେଡି ରୁ ବହିଷ୍କାର ପରେ ଦାମ ଙ୍କୁ ଚୁପ କରାଇବାକୁ କଳେବଳେ କୌଶଳେ ଯେତେ ଉପାୟ ଅବଲମ୍ବନ କରାଗଲେ ମଧ୍ୟ ତାଙ୍କ ତୁଣ୍ଡ ବନ୍ଦ କରିନପାରିବାରୁ ଶେଷରେ ଦାମ ଙ୍କ ଗଡ ରେ ବିଜେଡି ପକ୍ଷରୁ ଏକ ଶକ୍ତି ପ୍ରଦର୍ଶନ କରାଯାଇଥିଲା Iରାଜ୍ୟର କୋଣ ଅନୁକୋଣ ରୁ 10 ହଜାର ମହିଳା ଙ୍କୁ ଏକତ୍ରିତ କରାଯାଇଥିଲା କିନ୍ତୁ ସଭାରେ ବିଜେଡି ର ଭିତିରି କନ୍ଦଳ ପଦାରେ ପଡିଯାଇଥିଲା I ରାଜଶ୍ରୀ ଏବଂ ବିଷ୍ଣୁ ଙ୍କ ସମର୍ଥକ ମାନଙ୍କମଧ୍ୟରେ ଧସ୍ତାଧସ୍ତି ହେଇଯାଇଥିଲା I

ଦାମ ଙ୍କୁ ବିରୋଧ କରିଥିବା ରାଜଶ୍ରୀ ଙ୍କ ସମର୍ଥକ ମାନଙ୍କୁ ବିଷ୍ଣୁ ଙ୍କ ସମର୍ଥକ ମାନେ ଭଲକି ଦେଇଥିଲେ ସେହି ସଭାରେ ,ବାକି ପ୍ରଶାନ୍ତ ,ବିଷ୍ଣୁ ଏବଂ ସୂର୍ଯ୍ୟ ବାବୁ ପ୍ରଥମେ ବିଶୋଦ୍ଗାର କରିବା ପରେ ତାଙ୍କୁ ବିଧାନସଭା ମାଟି ମଡେଇଦେବେନି ବୋଲି ଦାମ ଙ୍କ ଚେତାବନୀ ରେ

ବାଧ୍ୟ ହେଇ ଚୁପ ରହିଥିଲେ ମଧ୍ୟ ନିମାପଡା ବିଧାୟକ ସମୀର ଦାସ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ବାବୁ ଦାମ ଙ୍କ ବିରୁଧରେ କହିଥିଲେ ଏପରିକି ସମାବେଶ କୁ ପ୍ରତାପ ବାବୁ ଆୟୋଜନ କରିଥିବାର ଖବର ଦାମ ବାବୁ ପାଇବା ପରେ ପୁରା ଚିହିଁକି ଉଠିଥିଲେ କାହିଁକିନା ମାହାଙ୍ଗା ଏବଂ ନିମାପଡା ରୁ ଅନେକ ଲୋକ ତାଙ୍କ ବିରୁଦ୍ଧରେ ସମାବେଶ ପାଇଁ ଦାମ ଙ୍କୁ ନିମନ୍ତ୍ରଣ କରିଥିଲେ I ଶେଷରେ ମାହାଙ୍ଗା ଏବଂ ନିମାପଡ଼ାରେ ନିଜ ଦମ ଦେଖାଇଛନ୍ତି ଦାମ ବାବୁ I

ଆୟୋଜିତ ବୈଠକ ରେ ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ଙ୍କ ବିରୁଦ୍ଧରେ ବର୍ଷିଥିଲେ ଦାମ ରାଉତ I ଦାମ ଙ୍କ ସହିତ କଂଗ୍ରେସ ମିଡ଼ିଆ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ,ବରିଷ୍ଠ ସାମ୍ବାଦିକ ରବି ଦାସ ଏବଂ ସୂଚନା ପ୍ରସାରଣ ର ପ୍ରଦ୍ୱୀପବାବୁ ଯୋଗ ଦେଇଥିଲେ I

ତେବେ ଉଭୟ ମାହାଙ୍ଗା ଏବଂ ନିମାପଡା ବିଜେଡି ର ଗଡ ଭାବେ ପରିଚିତ ଥିଲେ ମଧ୍ୟ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଭିଡ଼ ଲଗାଇଥିଲେ ଏବଂ ଦାମ ବାବୁ ଜିନ୍ଦାବାଦ ର ନାରା ଦେଇ ପେଡି ଖୋଲନ୍ତୁ ,ଦୁର୍ନୀତି ପେଡି ଖୋଲନ୍ତୁ ର ହୋ ହାଲ୍ଲା କରିଥିଲେ I ତେବେ ସମୀର ଏବଂ ପ୍ରତାପଙ୍କ ଗଡରେ ଦାମ ଙ୍କ ଏପରି ସମାବେଶ ପରେ ଅନ୍ୟ ବିଜେଡି ନେତାଏ କୁଆଡେ ଥ ଥ ମ ହେଲେଣି ଏବେ କିଏ ତାଙ୍କ ବିରୁଧରେ କହିବ ଆଉ କାହାର ପାଳି ପଡିବ ??

Leave a Reply

Your email address will not be published. Required fields are marked *