କେଉଁ ଦେବା ଦେବୀଙ୍କର କେଉଁ ଫୁଲ ପ୍ରିୟ ଅଟେ , କେଉଁ ଠାକୁର ଙ୍କୁ କେଉଁ ଫୁଲ ଅର୍ପଣ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୁଏ

କେବଳ ହିନ୍ଦୁ ନୁହନ୍ତି ପୃଥିବୀର ସବୁ ଧର୍ମର ଲୋକମାନେ ଭଗବାନ ଙ୍କୁ ମାନନ୍ତି I ଏବଂ ଭଗବାନ ଙ୍କୁ ପ୍ରସନ୍ନ କରିବାକୁ ବିଭିର୍ଣ୍ଣ ଉପାୟ ଅବଲମ୍ବନ କରିଥାନ୍ତି I ତେବେ ବିଶ୍ୱାସ ରହିଛି କି ଭଗବାନ ଙ୍କୁ ଫୁଲ ଅର୍ପଣ କରିବା ସନ୍ତୁଷ୍ଟ ହେଇଥାନ୍ତି I ଏଥିପାଇଁ ସବୁ ଦେବା ଦେବୀ ଙ୍କୁ ଭିର୍ଣ୍ଣ ଭିର୍ଣ୍ଣ ଫୁଲ ଅର୍ପଣ କରାଯାଇଥାଏ I ତେବେ ଆଜି ଚାଲନ୍ତୁ ଜାଣିବା କେଉଁ ଦେବା ଦେବୀ ଙ୍କର କେଉଁ ଫୁଲ ପ୍ରିୟ ଅଟେ I 1) ଲକ୍ଷ୍ମୀ :ଲକ୍ଷ୍ମୀ ମା ଙ୍କୁ ଧନ ର ଦେବୀ ଭାବେ ପୂଜା କରାଯାଇଥାଏ ,ପଦ୍ମ ହେଉଛି ଲକ୍ଷ୍ମୀ ଙ୍କ ପ୍ରିୟ ଫୁଲ ଏହା ସହିତ ଚମ୍ପା ,ସେବତୀ ,ଅଶୋକ ଏବଂ ଦୁବ ଘାସ ମା ଙ୍କର ପ୍ରିୟ ଅଟେ

2)ଗଣେଶ :ଗଣେଶ ସବୁ ବିଘ୍ନ ନାଶ କରିଥାନ୍ତି ସେଥିପାଇଁ ତାଙ୍କୁ ବିଘ୍ନନାଶକ କୁହାଯାଇଥାଏ I ତେବେ ଗଣେଶ ଙ୍କ ପ୍ରିୟ ଫୁଲ ହେଉଛି ଅପରାଜିତା ,ଚମ୍ପା ,ଦୂରଦୁରା ,ଚମ୍ପା ,ଅଶୋକ ,ଏବଂ ଶ୍ୱେତଦୁର୍ବା I 3)ବିଷ୍ଣୁ :ବିଷ୍ଣୁ ହେଉଛନ୍ତି ପାଳନ କର୍ତା ତେବେ ବିଷ୍ଣୁ ଙ୍କ ପ୍ରିୟ ଫୁଲ ହେଉଛି ପଦ୍ମ ,ଗୋଲାପ ,ମଲ୍ଲି ,କନିଅର ,ଟଗର ,ଚମ୍ପା ,ଏବଂ ମାଳତୀ ସହିତ ତୁଳସୀ ପତ୍ର ,ବେଲ ପତ୍ର I 4) ଶିବ :ଶିବ ଙ୍କ ପ୍ରିୟ ଫୁଲ ହେଉଛି ଅରଖ ,ଗଇଛ ,ଟଗର , ଦୂରଦୁରା ,କେତକୀ ଧଳା ମନ୍ଦାର ,ଧଳା କନିଅର କଦମ୍ବ ଏବଂ ବେଲପତ୍ର I

5)ସରସ୍ବତୀ :ଶ୍ୱେତ ଫୁଲ ମା ସରସ୍ବତୀ ଙ୍କ ର ପ୍ରିୟ ଫୁଲ I 6)ଦୁର୍ଗା :ମାଙ୍କର ପ୍ରିୟ ଫୁଲ ହେଉଛି କାଶତଣ୍ଡୀ ,ନIଗେଶ୍ଵର,ଅଗସ୍ତି ,ପଦ୍ମ ଏବଂ ମନ୍ଦାର 6)ତାରିଣୀ :ଘଟଗାଁ ବାସିନୀ ନଡ଼ିଆ ରାଣୀ ମା ତାରିଣୀ ର ପ୍ରିୟ ହେଉଛି ଲାଲ ମନ୍ଦାର I 7) ଶନିଦେବ :-ଶନିଦେବ ଙ୍କ ପ୍ରିୟ ଫୁଲ ହେଉଛି ସମୀ ଗଛର ଫୁଲ ଏବଂ ପତ୍ର I 8) ସାଇବାବା :ସାଇବାବା ଙ୍କ ପ୍ରିୟ ଫୁଲ ହେଉଛି ଗୋଲାପ I

Leave a Reply

Your email address will not be published. Required fields are marked *