ବ୍ରହ୍ମ ବିଭ୍ରାଟ ହେଲା ,ଶ୍ରୀମନ୍ଦିର ରେ ଚିଲ ବସିଲା,ପୁରୀ ଅଶାନ୍ତ ହେଇ ହୁ ହୁ ନିଆଁ ଜଳିଲା ,ୟା ପରେ କଣ??

ସେ ଭାବରେ ବନ୍ଧା କାଳିଆ ,ତା ଦର୍ଶନ ପାଇଁ କାହିଁ କେଉଁ ସାତ ଦରିଆ ପାର ହେଇ ଭକ୍ତ ଟିଏ ଛୁଟି ଆସିଥାଏ ଶ୍ରୀକ୍ଷେତ୍ରକୁ I ମନରେ ଥାଏ କାଳିଆର ଟିକେ ନୟନ ଭରା ଦର୍ଶନ I ଶାନ୍ତି ଧାମ ଜଗନ୍ନାଥ ଧାମ ଆଜି ଅଶାନ୍ତ I କିଏ ଏଥିପାଇଁ ଦାୟୀ ସିଏ ପର କଥା କିନ୍ତୁ ଆଉ ପୁରୀରେ ଜଗନ୍ନାଥ ଙ୍କ ଧାମରେ ବିଶୃଙ୍ଖଳା ଯେ ବଢି ଚାଲିଛି ତାହା ଯେ କେହି ବି ମାନିବାକୁ ବାଧ୍ୟ Iନିକଟରେ ଘଟିଥିବା କେତେକ ଘଟଣା କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଚକିତ କରିଦେଇଛି I ନବକଳେବର ରେ ବ୍ରହ୍ମ ବିଭ୍ରାଟ ହେଉ କିମ୍ବା ରତ୍ନସିଂହାସନ ର ଚାବି ହଜିବା ହେଉ ଅବା ନିକଟରେ ପୁରୀରେ ମନ୍ଦିର କୁ ଢେଲା ପଥର ମାଡ ସହିତ ସାରା ସହରରେ ଭୟାନକ ପରିସ୍ଥିତି ସୃଷ୍ଟି ହେବା I

ତେବେ କାହିଁକି ଏ ପରିସ୍ଥିତି ?ସେ ପା ଚଳନ୍ତି ପ୍ରତିମା ,ସବୁ ଅନ୍ୟାୟ ଦେଖି ବି କାହିଁକି ଚୁପ ରହିଯାଉଛି ,ନା ପାପର ଶେଷ ମୁହୂର୍ତକୁ ସେ ଅପେକ୍ଷା କରିଛି I ତେବେ ସାରା ବିଶ୍ୱର ଠାକୁର କାଳିଆ ମନ୍ଦିର ରେ କିଛି ଅଘଟଣ ଘଟିବା ପୂର୍ବରୁ ଏହାର ସଂକେତ କାଳିଆ ନିଜେ ହିଁ ଦେଇଥାଏ ଯାହାକୁ ଆମେ ବୁଝିପାରୁନା Iତେବେ 2015 ନବକଳେବର ରେ ବ୍ରହ୍ମ ବିଭ୍ରାଟ ପରେ 2018 ରଥଯାତ୍ରା ପୂର୍ବରୁ କାଳିଆର ରତ୍ନ ସିଂହାସନ ର ଚାବି କେଉଁଆଡେ ହଜିଗଲା ତାହା କେହି ଜାଣି ପାରିଲେ ନାହିଁ I ତେବେ ଚାବି ହଜିବାର କିଛିଦିନ ପରେ ମଳ ମାସ ଏକାଦଶୀ ଜୁନ 10 ତାରିଖ ଅପରାହ୍ନ ରେ ନୀଳଚକ୍ର ର ପତିତପାବନ ବାନା ରେ ଏକ ବଡ ଚିଲ ପ୍ରାୟତଃ 6 ମିନିଟ ପର୍ଯ୍ୟନ୍ତ ବସିରହିଥିଲା I

ଯାହାକୁ କି ହଜାର ହଜାର ଭକ୍ତ ନିଜ ସ୍ଵଚକ୍ଷୁ ରେ ଦେଖିଥିଲେ ,ଏହାକୁ ସହଜରେ ଭକ୍ତ ମାନେ ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲେ କାହିଁକିନା ଶ୍ରୀମନ୍ଦିର ର ଚକିତ କଥା ଅନୁଯାଇ ମନ୍ଦିର ର ଉପରିଭାଗରେ କୌଣସି ପଖି କିମ୍ବା ଉଡ଼ାଜାହାଜ ଉଡିନଥିଲେ Iଯାହାକୁ ନେଇ ଭକ୍ତ ଏବଂ ବୁଦ୍ଧିଜୀବୀ ମାନେ ଏହା ଘୋର ବିପଦ ର ସୂଚନା ବୋଲି କହିଥିଲେ ତେବେ ରଥଯାତ୍ରା ପୂର୍ବରୁ ସ୍ନାନ ପୂର୍ଣ୍ଣିମା ରେ ନିଜେ ଜଗନ୍ନାଥ ଆଦ୍ୟ ଭକ୍ତ ଗଜପତି ମହାରାଜ ଙ୍କ ଉପରେ ଏକ ଫୁଲ ହାର ପକାଇଥିଲେ ଏବଂ ଇତିହାସ ଭାଙ୍ଗି ନୂଆ କରି ପ୍ରଥମ ଥର ପାଇଁ ସନ୍ଧ୍ୟା ପୂର୍ବରୁ ସୁରୁଖୁର ରେ ରଥଯାତ୍ରା ସମ୍ପର୍ଣ୍ଣ ହେଇଥିଲା ଯଦିଓ ପ୍ରବଳ ବର୍ଷା ରେ ସାରା ରାଜ୍ୟ ଉବୁଟୁବୁ ହେଉଥିଲା I

ତେବେ ଚିଲ ବସିବାର 4 ମାସ ପରେ ପୁରୀରେ ଦେଖିବାକୁ ମିଳିଛି ବିରାଟ ଧରଣର ଏକ ପ୍ରକାର ଦଙ୍ଗା କହିଲେ ଭୁଲ ହେବନି I ଶ୍ରୀମନ୍ଦିର ରେ ଧାଡି ଦର୍ଶନ କୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ଆବାହକ ପିକୁ ପଟନାୟକ ଙ୍କ ଗିରଫ ପରେ ପୁରା ପୁରୀ ସହର ଜଳିଥିଲା I ଦୋକାନ ବଜାର ଭଙ୍ଗାରୁଜା ସହିତ ମନ୍ଦିର ମଧ୍ୟରେ ପୋଡାଜଳା ସହିତ ଢେଲା ପଥର ମାଡ ହେଇଥିଲା I

ଏସପି ଏବଂ ମନ୍ତ୍ରୀ ଙ୍କ ଘରେ ଭଙ୍ଗାରୁଜା ହେଇଥିଲା I ତେବେ ଏହା କଣ ଝଡ ପୂର୍ବରୁ ଜଗନ୍ନାଥ ଙ୍କ ସଂକେତ ?? ଯାହାକୁ ଆମେ ବୁଝିବାରେ ଅସମର୍ଥ ??

Leave a Reply

Your email address will not be published. Required fields are marked *