ପ୍ରେମିକା ସହିତ ପୁଅ ଫେରାର , 21 ବର୍ଷୀୟା ବୋହୁ ସହିତ ହେଲା 65ବର୍ଷିଅ ଶଶୁର ର ବାହାଘର

ବିବାହ ଦୁଇଟି ଅପରିଚିତ ସମ୍ପର୍କ କୁ ସାତ ଜନ୍ମ ପାଇଁ ଏକାଠି କରିଥାଏ I କୁହାଯାଏ ସ୍ଵର୍ଗରେ ବିବାହ ସ୍ଥିର ହେଇଥାଏ I ସେମିତି ଏକ ପବିତ୍ର ସମ୍ପର୍କ ଗଢିବାକୁ ଯାଉଥିଲା ସପନା ସହିତ I ପୁଅ ଝିଅ ଉଭୟ ପରସ୍ପର କୁ ପସନ୍ଦ କରିଥିଲେ ପରିବାର ଲୋକଙ୍କ ମଧ୍ୟସ୍ଥତା ରେ ,ବିବାହ ମଧ୍ୟ ଧାର୍ଯ୍ୟ ହେଇସାରିଥିଲା I ବର ଘର ପକ୍ଷରୁ ବରଯାତ୍ରୀ ନେଇ ପୁଅର ବାପା ପହଂଚିଥିଲେ କନ୍ୟା ସପନା ଘରେ I ଖୁଶିରେ କୁରୁଳି ଉଠୁଥିଲା କନ୍ୟା ,ମନେ ମନେ ନିଜ ଭାବି ସ୍ୱାମୀର ଚେହେରା କୁ ନିଜ ମନରେ ଆଙ୍କି I

ହଠାତ କିନ୍ତୁ ଶୁଣିବାକୁ ମିଳିଥିଲା ବର ଫେରାର ,ବେଦିରେ ବସିବା ପୂର୍ବରୁ ପୁଅ ପଳାଇଥିଲା I ଶେଷରେ ଖବର ମିଳିଲା କି ପୁଅ ଆଉ ଜଣଙ୍କୁ ଭଲ ପାଏ ଏବଂ ତା ସହିତ ଘର ଛାଡି ପଲାଇଛି I କନ୍ୟା ଉପରେ ଯେମିତି ଆକାଶ ଛିଣ୍ଡି ପଡିଲା ପରି ଲାଗିଲା I ମଙ୍ଗୁଳା ଝିଅକୁ କିଏ ବାହାହେବ ? କନ୍ୟା ଘର ପରମ୍ପରା ଅନୁଯାଇ ଏହା ମହାପାପ ଅଟେ I ତେଣୁ ବରର ବାପାକୁ ବାଧ୍ୟ କରାଗଲା ଝିଅ କୁ ବାହାହେବାକୁ I

ଶେଷରେ ଶଶୁର ହେବାକୁ ଯାଉଥିବା ୬୫ ବର୍ଷୀୟ ରୋଶନ ଲାଲ ୨୧ ବର୍ଷୀୟା କନ୍ୟା ସପନା କୁ ବାହାହେଇ ଘରକୁ ଆଣିଥିଲେ I ଲଜ୍ୟାରେ ବରର ବାପା କହୁଥିଲେ ସତରେ ଆଜି ମୋ ବାପା ଜନ୍ମ ସାର୍ଥକ ହେଇଗଲା ଏପରି ଏକ କୁଳାଙ୍ଗାର ପୁଅକୁ ଜନ୍ମ ଦେଇ ଯିଏ ବାପା ବାହାଘର କରେଇଦେଲା ବୋହୁ ସହିତ I ଘଟଣା ଟି ବିହାର ସମସ୍ତିପୁରର I

Leave a Reply

Your email address will not be published. Required fields are marked *