ବିଦ୍ୟୁତ ଅଫିସ ଭାଙ୍ଗିବାକୁ ଯାଇଥିଲେ ପୋଲିସ ବାଡ଼େଇକି ଗୋଡ ହାତ ଭାଙ୍ଗିଦେଇ ଥାନାରେ ପୂରେଇଦେଲା

ବର୍ଷାଦିନ ଚାଲିଥିଲେ ମଧ୍ୟ ଅଧିକାଂଶ ଅଂଚଳରେ ବିଦ୍ୟୁତ କାଟ କୁ ନେଇ ଅସନ୍ତୋଷ ଲାଗି ରହୁଛି I ଏହାର ବାରମ୍ବାର ପ୍ରତିବାଦ କଲେ ମଧ୍ୟ ସୁଫଳ ମିଳୁନି ,ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ଯୁବକ ମାନେ ବିରୋଧ କରି ବିଦ୍ୟୁତ ଅଫିସ ଭଙ୍ଗାରୁଜା କରିବା ସହିତ କର୍ମଚାରୀ ଙ୍କୁ ମାଡ ମରିଥାନ୍ତି I ତେବେ ବିଦ୍ୟୁତ ଅଫିସ ଭାଙ୍ଗିବାକୁ ଆସିଥିବା କିଛି ଉତ୍ୟକ୍ତ ଯୁବକ ଙ୍କୁ ଏହାର ପରିଣାମ ଭୋଗିବାକୁ ପଡିଛି I ଘଟଣା ଟି ବରଗଡ଼ ଜିଲ୍ଲାର Iବିଦ୍ୟୁତ କାଟ କୁ ବିରୋଧକରି ସ୍ଥାନୀୟ 10/12ଜଣ ଯୁବକ ବିଦ୍ୟୁତ ଡିଭିଜନ ଅଫିସ ରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁତି ଭୂଷଣ ଶତପଥିଙ୍କ ସହିତ ଯୁକ୍ତିତର୍କ କରିଥିଲେ

ଏବଂ ଅଫିସ ଭଙ୍ଗାରୁଜା କରିଥିଲେ ବୋଲି ଶ୍ରୀ ଶତପଥୀ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଯୁବକ ମାନଙ୍କୁ ଅଟକ ରଖାଯାଇଛି I କିନ୍ତୁ ଯୁବକ ମାନେ ପୋଲିସ ବିରୁଧରେ ସଂଗୀନ ଅଭିଯୋଗ ଆଣିଛନ୍ତି କି ସେମାନେ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଅଭିଯୋଗ କରିଥିବା ବେଳେ ପୋଲିସ ତାଙ୍କୁ ବାଡ଼େଇକି ଗୋଡ ହାତ ଫଟେଇଦେଇଛି I

ତେବେ ଏନେଇ ବରଗଡ଼ ଥାନା ଅଧିକାରୀ କହିଛନ୍ତି କି ଏହା ସମ୍ପୂର୍ଣ୍ଣ ମିଛକଥା ସେମାନେ ଭଙ୍ଗାରୁଜା କରୁଥିବା ସମୟରେ ଲିଖିତ ଅଭିଯୋଗ ଆସିବା ପରେ ତାଙ୍କୁ ଅଟକ ରଖାଯାଇଛି I

Leave a Reply

Your email address will not be published. Required fields are marked *