ଶ୍ରୀମନ୍ଦିର ରେ ଫଟ ଉଠାଇ ଭାଇରଲ କଲେ ପୋଲିସ ବାବୁ :ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ …..

ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ ସମସ୍ତଙ୍କୁ ନିଷେଧ ହେଇଥାଏ ଏବଂ ମନ୍ଦିର ଭିତରେ ଫଟ ଉଠାଇବା କୁ ମଧ୍ୟ ବାରଣ କରାଯାଇଛି I ଅତୀତ ରେ ମଧ୍ୟ ଯେ କୌଣସି ବ୍ୟକ୍ତି ମନ୍ଦିର ଭିତରେ ଫଟ ଉଠାଇଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି I ତେବେ ଏଥର ଖୋଦ ଜଣେ ଆଇନ ର ରକ୍ଷକ ମନ୍ଦିର ଭିତରେ ପିଣ୍ଡ ଦେବାବେଳେ ଫଟ ଉଠାଇ ସୋସିଆଲ ମିଡିଆରେ ଛାଡିଛନ୍ତି I ଏବଂ ଫଟ ଭାଇରଲ ହେବା ପରେ ଏହାକୁ ଦିଲେଟ କରିଦେଇଛନ୍ତି I ବାବୁ ଜଣଙ୍କ ପୁରୀର ସମୁଦ୍ରକୂଳ ଥାନାରେ ଜଣେ ଏଏସଆଇ ଭାବେ କାମ କରୁଛନ୍ତି I

ତାଙ୍କ ନାମ ଦିଲୀପ ପଣ୍ଡା | ଦିଲୀପ ଆଜି ପିଣ୍ଡ ଦାନ କରି 22 ପାହାଚରେ ନିଜ ଫଟ ଉଠାଇ ଫେସବୁକ ରେ ଛାଡିବା ପରେ ଘଟଣାଟି ଭାଇରଲ ହେଇଚି I ତେବେ ଦେଖିବାର ଅଛି ଆଇନ ର ରକ୍ଷକ ଆଇନ ଭାଙ୍ଗିବା ପରେ ତାଙ୍କ ବିରୁଦ୍ଧରେ କି ପଦକ୍ଷେପ ନିଆଯାଉଛି I

Leave a Reply

Your email address will not be published. Required fields are marked *