ସମ୍ଭାବ୍ୟ ବାତ୍ୟା ତିତିଲି ପାଇଁ ଆସନ୍ତା କାଲିଠାରୁ ଚାରୋଟି ଜିଲ୍ଲାର ସମସ୍ତ ବିଦ୍ୟାଳୟ କୁ ଛୁଟି ଘୋଷଣା କରାଗଲା

ଦ୍ରୁତ ଗତିରେ ମାଡି ଆସୁଛି ବାତ୍ୟା ତିତିଲି I ଗୋପାଳପୁର ଠାରୁ ଆଉ ମାତ୍ର ଅଳ୍ପ ଦୂରରେ I ପାଣିପାଗ ତରଫରୁ ସୂଚନା ଦିଆଯାଇଛି କି ଏହା ସ୍ଥଳ ଭାଗ ଛୁଇଁବା ବେଳକୁ ପାଖାପାଖି 60/70 କିଲୋମିଟର ବେଗରେ ପବନ ବହିବ Iତେବେ ଉପକୂଳ ଜିଲ୍ଲା ଯଥା ପୁରୀ ,ଗଂଜାମ, ଜଗତସିଂହପୁର ଏବଂ ଗଜପତି ରେ ଏହାର ପ୍ରଭାବ ଜୋର ରହିବ ସେଥିପାଇଁ ଏହି ଜିଲ୍ଲାରେ ଆସନ୍ତା କାଲିଠାରୁ ସମସ୍ତ ବିଦ୍ୟାଳୟ ,କଲେଜ ଏବଂ ଅଙ୍ଗନବାଡି କେନ୍ଦ୍ର କୁ ଛୁଟି ଘୋଷଣା କରାଯାଇଛି I ଯେ ପର୍ଯ୍ୟନ୍ତ ବାତ୍ୟା ର ପ୍ରଭାବ ବନ୍ଦ ନରହିଛି ସେ ପର୍ଯ୍ୟନ୍ତ ଏହି ଛୁଟି ଲାଗୁ ହେବ I

ତେବେ ପାଣିପାଗ ସୂଚନା ଅନୁଯାଇ ଆସନ୍ତା କାଲିଠାରୁ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ କାଲିଠାରୁ ଅନୁଭୂତ ହେବ I ପ୍ରବଳ ବର୍ଷା ସହିତ ପବନ ବହିବ I ସମସ୍ତଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି I

Leave a Reply

Your email address will not be published. Required fields are marked *