ଯାତ୍ରା ଜଗତରେ କମ୍ପନ :ଧରାପଡିଗଲା ନାୟିକା ଭାରତୀ ଙ୍କ ସହିତ ଖଳନାୟକ ପିୟୁଷ ଙ୍କ ପରକୀୟା ପ୍ରୀତି

ଯାତ୍ରା ଜଗତରେ ପରକୀୟା ପ୍ରୀତି କୁ ନେଇ ସୃଷ୍ଟି ହେଇଚି ଝଡ I ରଙ୍ଗ ମହଲର ନାୟିକା ଭାରତୀ ଙ୍କ ପରକୀୟା ପ୍ରୀତି କୁ ନେଇ ଏବେ ଯାତ୍ରା ଜଗତ ଉଠୁଛି ପଡୁଛି Iଭାରତୀ ପୂର୍ବରୁ ବିବାହିତା ଏବଂ ତାଙ୍କ ସ୍ୱାମୀ ମଧ୍ୟ ସେହି ରଙ୍ଗମହଲ ରେ ପାର୍ଶ୍ଵ ନାୟକ ଭାବେ ଅଭିନୟ କରନ୍ତି I ଭାରତୀ ଙ୍କର ପିୟୁଷ ଙ୍କ ସହିତ ସମ୍ପର୍କ ଥିବା ହେତୁ ଏସବୁ ହେଇଥିବା ଚର୍ଚା ହେଉଛି I ସୂଚନା ଥାଉ କି ପିୟୁଷ ସିନେମା ଜଗତରୁ ଯାତ୍ରାରେ ପ୍ରବେଶ କରିଥିଲେ ଏବଂ କୋଣାର୍କ ଗଣନାଟ୍ୟରେ ନିଜର ଦମଦାର ଅଭିନୟ ପାଇଁ ବହୁତ ଜଲ୍ଦି ସବୁ ବର୍ଗର ଲୋକମାନଙ୍କ ପାଖରେ ଲୋକପ୍ରିୟ ହେଇପାରିଥିଲେ I

ତାଙ୍କର କିଛି ଖାସ ଡାଇଲଗ ଲୋକଙ୍କ ମନରେ ମାନିଆ ସୃଷ୍ଟି କରିଥିଲା ଯେମିତିକି ଏ ଗାଈ କାହାର ,ସେଇ ଝିଅ ତ ଆଉ …ତେବେ ଏ ବର୍ଷ ପାଇଁ କୋଣାର୍କ ଗଣନାଟ୍ୟ ଛାଡି ଯାତ୍ରା ରଙ୍ଗମହଲ ରେ ଯୋଗ ଦେଇଥିଲେ ପିୟୁଷ I

କୁହାଯାଏ କି ଭାରତୀ ଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ିଉଠେ ଯାହାଫଳରେ ଭାରତୀ ଙ୍କ ପାରିବାରିକ କଳହ ଲାଗିରହିବା ସହିତ ଏହା ରଙ୍ଗମହଲ କୁ ସମସ୍ୟା ସୃଷ୍ଟି କରେ I ଯେଉଁଥିପାଇଁ ରଙ୍ଗମହଲ ରୁ ବିଦା ହେବାକୁ ପଡିଥିଲା ଭାରତୀ ଙ୍କୁ Iତେବେ ଭାରତୀ ଙ୍କ ପରେ ପରେ ପିୟୁଷ ମଧ୍ୟ ଯାତ୍ରା ରଙ୍ଗମହଲ ଛାଡିଛନ୍ତି I ଏବେ ଦୁହିଁଙ୍କ ସମ୍ପର୍କ କୁ ନେଇ ଚର୍ଚ୍ଚା ଚାଲିଛି Iପରକୀୟା ପ୍ରୀତି ଉଜାଡି ଦେଲା ନାୟିକା ଭାରତୀ ଙ୍କ ସଂସାର I

Leave a Reply

Your email address will not be published. Required fields are marked *