କଳା ଦାନ୍ତ କୁ ଧଳା କରିବାର ଘରୋଇ ଉପାୟ

ଆଜି ଆମେ ଏପରି ଏକ ଘରୋଇ ଉପଚାର ବିଷୟରେ ଜାଣିବା ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଖରାପ୍ ଥିବା ଦାନ୍ତ ସୁନ୍ଦର୍ ହୋଇ ପାରିବ।ଏହି ଉପାୟ ପାଇଁ ଆପଣଙ୍କୁ ତିନୋଟି ଜିନିଷର ଆବଶ୍ୟକତା ଅଛି।

ପ୍ରଥମେ ଆବଶ୍ୟକ ହଳଦୀ ଗୁଣ୍ଡ ଏଥିରେ ଆଣ୍ଟି ଅକ୍ସିଡ଼ାନ୍ଟ ରହିଛି ଯାହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ।ଆପଣ ଗୋଟେ ପାତ୍ରରେ କିଛି ହଳଦୀ ନିଅନ୍ତୁ ଏବଂ ନିଅନ୍ତୁ କିଛି ତେଜ ପତ୍ର।ତେଜ ପତ୍ରରେ କିଛି ଏମିତି ତତ୍ତ୍ଵ ରହିଥାଏ ଯାହା ଆମ ଦାନ୍ତରେ ଜମିଥିବା ମଇଳା ଏବଂ ହଳଦିଆ ପଣକୁ ଦୁର କରିଥାଏ।

ପ୍ରଥମେ ଆପଣ ତେଜ ପତ୍ର ନେଇ ତାହାକୁ ପେଶି ଦିଅନ୍ତୁ। ତା ପରେ ସେହି ତେଜ ପତ୍ର ଗୁଣ୍ଡରୁ ଅଧା ଚାମଚ୍ ନିଅନ୍ତୁ। ତା ପରେ ଶେଷ ଜିନିଷଟି ନିଅନ୍ତୁ ଲେମ୍ବୁ ଏଥିରେ ସାଇଟ୍ରୀକ ଏସିଡ ରହିଥାଏ।ଯାହା ଆମ ଦାନ୍ତରେ ଜମିଥିବା ହଳଦିଆ ପଣ ପାଇଁ ବହୁତ୍ ଅଧିକ ଲାଭଦାୟକ ଅଟେ।ଆପଣ ଏଥିରେ ଫାଳେ ଲେମ୍ବୁ ନେଇ ତାହାର ସମ୍ପୂର୍ଣ୍ଣ ରସ କାଢି ନିଅନ୍ତୁ।ଏହି ଉପାୟରେ ଆପଣଙ୍କ ଦାନ୍ତକୁ କୌଣସି ବି ଖରାପ୍ ପ୍ରଭାବ ପଡ଼ିବ ନାହିଁ।ଏବଂ ଏହା ଆପଣଙ୍କ ଦାନ୍ତକୁ ସଫା କରିଦିଏ।

ଏହି ପ୍ରକାର ଆପଣ ତିନୋଟି ଜିନିଷକୁ ମିଶାଇ ଦିଅନ୍ତୁ ଏବଂ ତା ପରେ ଏହି ମିଶ୍ରଣକୁ ଆପଣଙ୍କ ଦାନ୍ତରେ ଲଗେଇବା ପାଇଁ ଆପଣଙ୍କୁ ଆବଶ୍ୟକ ବ୍ରସ୍।ବ୍ରସ ସହାୟତାର ଆପଣ ଏହି ପେଷ୍ଟ ରୁ ଅଳ୍ପ ନିଅନ୍ତୁ। ତା ପରେ ଆପଣ ନିଜ ଦାନ୍ତକୁ ସଫା କରନ୍ତୁ।ପ୍ରଥମ ବ୍ୟବହାରରୁ ଆପଣଙ୍କ କଳା ଦାନ୍ତ ସଫା ହେବାକୁ ଲାଗିବ।

One Comment on “କଳା ଦାନ୍ତ କୁ ଧଳା କରିବାର ଘରୋଇ ଉପାୟ”

Leave a Reply

Your email address will not be published. Required fields are marked *