ରସୁଣ ଓ କ୍ଷୀର କୁ ନେଇ କରନ୍ତୁ ଏହି ଅମୂଲ୍ୟ ଔଷଧି

ଆଜିକାଲି ଲୋକଙ୍କ ବଞ୍ଚିବା ଶୈଳୀ ଆଗ ଅପେକ୍ଷା ଅଧିକ ବଦଳି ଯାଇଛି।ଆଜିକାଲି ଖାଦ୍ୟର ଅନିୟମିତତା ହେବା ଦ୍ଵାରା ଦୁର୍ବଳତା ସହ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଇଥାଏ।

ଆଜି ଆମେ କ୍ଷୀର ସହ ରସୁଣ ର ପାଞ୍ଚୋଟି ବଡ଼ ଫାଇଦା ବିଷୟରେ କହିବି।
ଆଜିକାଲି ଅଧିକାଂଶ ଲୋକଙ୍କ ମଧ୍ୟରେ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖିବାକୁ ମିଳୁଛି।କେବେ କେବେ ତ ଏହି କଷ୍ଟ ଏତେ ବଢ଼ିଯାଏ ଯେ ଚାଲିବା ବୁଲିବା ପାଇଁ ମଧ୍ୟ କଷ୍ଟ ଅନୁଭୂତ ହୁଏ।

କିନ୍ତୁ ଆଜି କ୍ଷୀର ଆଉ ରସୁଣ ର ଏମିତି ଏକ ଉପାୟ ବିଷୟରେ ଜାଣିବା ଯାହା ଦ୍ବାରା ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ଭଲ ହୋଇଯିବ।ଏହା ପାଇଁ ଆପଣଙ୍କୁ ଚାରୋଟି ରସୁଣ ପାଖୁଡ଼ା ଏବଂ ୨୦୦ ମିଲି କ୍ଷୀର ଆବଶ୍ୟକ।ସର୍ବପ୍ରଥମେ ରସୁଣକୁ କାଟି କ୍ଷୀରରେ ପକାଇ ଫୁଟାନ୍ତୁ।ଫୁଟାଇବା ପରେ ଏହାକୁ ମିଠା କରିବା ପାଇଁ ଏଥିରେ କିଛି ମହୁ ମିଶାନ୍ତୁ।ଏହି କ୍ଷୀରର ପ୍ରତିଦିନ ସେବନ କରନ୍ତୁ ଯେ ପର୍ଯ୍ୟନ୍ତ ଆପଣଙ୍କୁ କଷ୍ଟ ଶେଷ ହୋଇ ନ ଥିବ।

କୋଲେଷ୍ଟ୍ରୋଲ୍ ପାଇଁ କ୍ଷୀର ଏବଂ ରସୁଣ ଆପଣଙ୍କ ହୃଦୟ ଧମନୀ ର ସମସ୍ୟା ମାନେ ସେଥିରେ ଜମିଥିବା କୋଲେଷ୍ଟ୍ରୋଲ କୁ ସଫା କରିବାରେ ସାହାଯ୍ୟ କରିଥାଏ।ଏବଂ ହାଇ କୋଲେଷ୍ଟ୍ରୋଲ ସମସ୍ୟାକୁ ଦୂର କରିଥାଏ।ଏବଂ ଏହା ମଧ୍ୟ ଅନ୍ତକୁ ସକ୍ରିୟ କରି କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରି ଉଦରକୁ ମଧ୍ୟ ନରମ କରିଥାଏ।

ଏହି ମିଶ୍ରଣ ପାଚକ ରସ ନିର୍ମାଣରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ଯାହା ଦ୍ବାରା ଏସିଡିଟି ଓ ପାଚନ ସମ୍ବନ୍ଧିତ ସମସ୍ୟାରୁ ଦୁର ହୋଇଥାଏ। ମାଇଗ୍ରେନ ସମସ୍ୟାରୁ କ୍ଷୀର ଆଉ ରସୁଣ ର ଏହି ଉପାୟ ବହୁତ୍ ଲାଭକାରୀ ଅଟେ।ଏହା ସାମାନ୍ୟ ମୁଣ୍ଡ ବିନ୍ଧା ରୁ ମଧ୍ୟ ଆପଣମାନଙ୍କୁ ଆରାମ ଦେଇଥାଏ।

Leave a Reply

Your email address will not be published. Required fields are marked *