ବଙ୍ଗୋପସାଗରରେ ଘନୀଭୂତ ତୋଫାନ ତିତିଲି ଓଡ଼ିଶାରେ ବହୁ କ୍ଷତି କରି ଏବେ ପଶ୍ଚିମ ବଙ୍ଗ ମୁହାଁ ହୋଇଛି।ପାଣିପାଗ ସୂଚନା ଅନୁଯାୟୀ ତିତିଲୀ ର ପ୍ରଭାବ ବର୍ଷା ଆକାରରେ ଆଗାମୀ ଦୁଇ ଦିନ ଧରି ରହିବ।
ସବୁବେଳେ ଆପଣ ବାତ୍ୟାର ବିଭିନ୍ନ ରୋଚକ ନାମ ଶୁଣିବାକୁ ପାଇଥିବେ।କିନ୍ତୁ ଆପଣ ମାନଙ୍କ ମନରେ କେବେ ଏହି ପ୍ରଶ୍ନ ଆସିଥିବ କି ଏହି ବାତ୍ୟା ମାନଙ୍କର ନାମକରଣ କିଏ କରେ ଓ କାହିଁକି?
ବାତ୍ୟାର ନାମକରଣ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏହା ଦ୍ବାରା ସାଧାରଣ ଲୋକ ଏବଂ ବୈଜ୍ଞାନିକ ସ୍ପଷ୍ଟ ହୋଇପାରିବେ।ଚାଲନ୍ତୁ ଜାଣିବା ଏହି ବାତ୍ୟାର ନାମକରଣ କିପରି ହୋଇଥାଏ।
ଆଟଲାଣ୍ଟିକ କ୍ଷେତ୍ରରେ ଏହି ବାତ୍ୟାର ନାମକରଣ ୧୯୫୩ ମସିହାରେ ଏକ ଚୁକ୍ତି ମାଧ୍ୟମରେ ଆରମ୍ଭ ହୋଇଥିଲା।ହିନ୍ଦୁ ମହାସାଗରରେ ଏହି ବାତ୍ୟାର ନାମକରଣ ବିଚାର ବିମର୍ଷ କରି ୨୦୦୦ ମସିହାରେ ଆରମ୍ଭ ହେଲା।ଏବଂ ୨୦୦୪ ମସିହାରେ ଏକ ଚୁକ୍ତି ଅନୁଯାୟୀ ନାମକରଣ ଆରମ୍ଭ ହେଲା।
ଏହି କ୍ଷେତ୍ରର ୮ଟି ଦେଶ ବାଂଲାଦେଶ,ଭାରତ,ପାକିସ୍ତାନ,ମାଳଦିପ୍, ମିଆଁମାର୍, ଉମାନ୍,ଶ୍ରୀଲଙ୍କା,ଓ ଥାଇଲ୍ୟାଣ୍ଡ ସମସ୍ତେ ଯୋଗଦାନ ଦେଇ ଏକ ସେଟ୍ ଆରମ୍ଭ କଲେ।ଯେବେ ବି କୌଣସି ବାତ୍ୟା ଆରମ୍ଭ ହେବ ଏହି ସବୁ ନାମ ଅନୁକ୍ରମିକ ରୂପେ ଲାଗୁ ହେବ।୩୨ଟି ବାତ୍ୟାର ସୂଚୀ ମଧ୍ୟରୁ ଭାରତରୁ ଦିଆଯାଇଥିବା ୪ଟି ନାମ ହେଲା ଲହର,ମେଘ,ସାଗର ଓ ବାୟୁ ଅଟେ।
ଚର୍ଚ୍ଚିତ ବାତ୍ୟା ହେଲେନ ର ନାମ ବାଙ୍ଗଲାଦେଶ୍ ହୁଡହୁଡ଼ ର ନାମ ଓମାନ୍ ଏବଂ ତିତିଲି ର ନାମ ପାକିସ୍ତାନ ଦେଇ ଅଛି।ଆଗାମୀ ବାତ୍ୟାର ନାମ ଗାଜା, ଫେଥାଇ, ଫାନି,ବାୟୁ, ହୀକା, କୟା, ମାହା,ବୁଲବୁଲ,ପବନ ଏବଂ ଓମ୍ଫାନ୍ ରହିବ।ଏହି ସବୁ ବାତ୍ୟା ଉତ୍ତର ହିନ୍ଦୁ ମହାସାଗର ସମ୍ବନ୍ଧିତ ଅଟେ।