ଅବୁଝା ହେଉଛି ଦାମ ରାଉତ ଏବଂ ସତ୍ୟ ନାୟକ ଙ୍କ କେମେଷ୍ଟ୍ରି …ଭିତିରି କଥା ଜଣାପଡ଼ୁନି

ଦଳୀୟ ନେତା ମାନେ ଦୁର୍ନୀତି ରେ ଲିପ୍ତ ଥିବା ତଥା କୋଟି କୋଟି ତାଙ୍କର ଦୁର୍ନୀତି ହେଇଥିବା ଘଟଣାର ମୁଁହ ଖୋଲି ବିଜେଡି ରୁ ବହିଷ୍କାର ପରେ ଏବେ ନିଜ ଶକ୍ତି ଦେଖାଇବାରେ ଲାଗିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ I ବିଜେଡି ତରଫରୁ ତାଙ୍କୁ ଗୋଟେ ଚେକ୍ ଦେଲେ ଦାମ ଦେଉଛନ୍ତି ଡବଲ ଚେକ୍ I ଦାମ ଙ୍କୁ ଚୁପ କରାଇବାକୁ ତାଙ୍କ ଗଡରେ ବିଜେଡି ଆୟୋଜିତ କରିଥିଲା ମହିଳା ସମାବେଶ ,ଦାମ ମଧ୍ୟ ଚୁପ ନଥିଲେ ,ବିଜେଡି ଗଡ ରେ ଜବରଦସ୍ତ ପଶି ନିମାପଡା ,ମାହାଙ୍ଗା ,ଖୋର୍ଦ୍ଧା ଏବଂ ଢେଙ୍କାନାଳ ରେ ଦେଖାଇଥିଲେ ନିଜ ଶକ୍ତି I

ତେବେ ସବୁ ଜାଗାରେ ଡମଙ୍କୁ ଦେଖିବାକୁ ହଜାର ହଜାର ସମର୍ଥକ ମଧ୍ୟ ଏକାଠି ହେଇଥିଲେ ,କିନ୍ତୁ ୟାରୀ ମଧ୍ୟରେ ଦେଖିବାକୁ ମିଳିଛି ଏକ ସାମଞ୍ଜସ୍ୟ Iପ୍ରାୟତଃ ଦାମ ଙ୍କ ସବୁ ବୈଠକ ରେ କଂଗ୍ରେସ ମିଡ଼ିଆ ସେଲ ମୁଖ୍ୟ ତଥା ଦଳର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଙ୍କୁ ଦେଖିବାକୁ ମିଳୁଛି I କିଛି ଦିନ ପୂର୍ବେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଦାମ ଙ୍କୁ କଂଗ୍ରେସ ଭବନ ରେ ଦେଖିବାକୁ ମିଳିଥିଲା ଯଦିଓ ତାହା ଏକ ନିର୍ଦଳୀୟ କାର୍ଯ୍ୟକ୍ରମ ଥିଲା ,କିନ୍ତୁ ୟା ପରଠାରୁ ପ୍ରାୟତ ସବୁ ଜାଗାରେ ଦାମ ଏବଂ ସତ୍ୟଙ୍କୁ ଏକାଠି ଦେଖିବାକୁ ମିଳୁଛି I

ଦାମ ଙ୍କ ନୂଆ ଦଳ ଗଠନ ନେଇ ବୈଜୟନ୍ତ କିଛି ସଂକେତ ଦେଉନଥିବା ବେଳେ ,ଅନ୍ୟ ସହଯୋଗୀ ମାନେ ମଧ୍ୟ ଧରା ଛୁଆଁ ଦେଉନାହାନ୍ତି ଅପରପକ୍ଷରେ କଂଗ୍ରେସ ,ଦାମ ଙ୍କୁ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଆଗେଇ ଆସିଛି ଏବଂ ଅଣ୍ଟା ଭିଡିଛି ଦାମ ମଧ୍ୟ କହିସାରିଛନ୍ତି ଯେ ଯଦି ନୂଆ ଦଳ ଗଠନ ନହୁଏ ତେବେ ଜଗତସିଂହ ପୁର ରେ କଂଗ୍ରେସ ସବୁ ଆସନ ଜିତିବାରେ ଦାମ ସାହାଯ୍ୟ କରିବେ ପଛେ ବିଜେଡି କୁ ଜିତେଇଦେବେନି I

ଏଭଳି ପରିପ୍ରେକ୍ଷୀରେ ଦାମ ଙ୍କ ଗତି କୁଆଡେ ତାହା ଦେଖିବାକୁ ବାକି ଅଛି I ଏହା ନିଃସନ୍ଦେହ ଯେ ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢିଛି ଏବଂ ଆଜିବି ପାରାଦୀପ ରେ ସେ ଅପ୍ରତିଦ୍ବନ୍ଦି I ତେବେ ସତ୍ୟ ବାବୁ ଏବଂ ଦାମ ଙ୍କ ମିଳାମିଶା ଟା ଟିକେ ବୁଝି ହେଉନି ବୋଧହୁଏ ଖୁବ ଶୀଘ୍ର ଏହାର ଗୁମର ଖୋଲିପାରନ୍ତି ଦାମ I

Leave a Reply

Your email address will not be published. Required fields are marked *