କେବିସି ରେ ଅମିତାଭ ଙ୍କ ପ୍ରଶ୍ନ ରେ ନବୀନ କହିଲେ କଣପାଇଁ ଏତେ ଦିନ ଧରି ସେ ମୁଖ୍ୟମନ୍ତ୍ରୀ ଅଛନ୍ତି

ନଭେମ୍ବର 28 ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଆରମ୍ବ ହେବାକୁ ଯାଉଛି ହକି ବିଶ୍ବକପ୍‌ I ଏହାର ପ୍ରଚାର ପ୍ରସାର ପାଇଁ ଜୋରଦାର ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ I ଗତକାଲି ସବୁଠୁ ଅଧିକ ଚର୍ଚିତ ତଥା ଲୋକପ୍ରିୟ ସୋ’ ‘କୌନ୍ ବନେଗା କରୋଡ଼ପତି’ରେ ଦେଖାଯାଇଥିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ହଟ ସିଟ ରେ ଭାରତୀୟ ହକି ଟିମ୍ ବସିଥିବା ବେଳେ ଏକ ଭିଡିଓ କନ୍ଫରେନ୍ସ ରେ ନବୀନ ନଜର ଆସିଥିଲେ I

ଓଡ଼ିଶାରେ ହକି କୁ ସମସ୍ତେ ଭଲ ପାଆନ୍ତି ଏପରିକି ଆଦିବାସୀ ପିଲାମାନେ ଏହି ଖେଳକୁ ପିଲାଦିନୁଖେଳିଥାନ୍ତି I ଏହା ସହିତ ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କରି ସଫଳତା ମନାସିଥିଲେ I ତେବେ ଅମିତାଭ ପଚାରିଥିଲେ କି ମୁଖ୍ୟମନ୍ତ୍ରୀଙ୍କୁ କିପରି ସେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଅଛନ୍ତି ??ଉତ୍ତର ରେ ନବୀନ କହିଥିଲେ ଯେ 1999 ମହାବାତ୍ୟା ର କରାଳ ତାଣ୍ଡବ ରେ ପ୍ରାୟ 10ହଜାର ରୁ ଉର୍ଧ ଲୋକଙ୍କର ପ୍ରାଣହାନୀ ହେଇଥିଲା I

ଚାରିଆଡେ ହାହାକାର ପଡିଯାଇଥିଲା ,ଏପରି ଦୟନୀୟ ଅବସ୍ଥାରେ ସେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ଏବଂ ପରିସ୍ଥିତି ର ଦୃଢତାର ସହିତ ମୁକାବିଲା କରିଥିଲେ I ପରେ ଲୋକଙ୍କ ସୁଖଦୁଃଖରେ ସାଥି ହେଇଥିଲେ ,ସମସ୍ୟା ଯେଉଁଠି ତାଙ୍କ ସରକାର ସେଇଠି ପହଂଚି ସମସ୍ୟାର ସମାଧାନ କରିଥିଲେ I ଲୋକମାନଙ୍କ ପାଇଁ କରିଥିବା ବିକାଶ ତାଙ୍କୁ ଏତେ ସଫଳତା ଦେଇଛି I

Leave a Reply

Your email address will not be published. Required fields are marked *