ବିଜେପି ନେତା କହିଲେ ମୋଦି ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ୧୧ ତମ ଅବତାର’

ଯୁଗେ ଯୁଗେ ଯେତେବେଳେ ପାପୀମାନଙ୍କର ପାପ ବଢିଯାଏ ସେତେବେଳେ ପାପୀମାନଙ୍କୁ ସଂହାର କରିବାକୁ ଅବତାର ନେଇଥାନ୍ତି ସ୍ୱୟଂ ବିଷ୍ଣୁ I ଧରାପୃଷ୍ଠରେ ଦଶାବତାର ନେଇସାରିଛନ୍ତି Iପୁଣି ଯେତେବେଳେ ପାପ ବଢିବ ସେତେବେଳେ ପାପୀଙ୍କୁ ସଂହାର କରିବାକୁ ୧୧ ତମ ଅବତାର ନେବେ ସ୍ୱୟଂ ବିଷ୍ଣୁ I କିନ୍ତୁ ଗତକାଲି ବିଷ୍ଣୁ ଙ୍କ ୧୧ ତମ ଅବତାର କୁ ନେଇ ଝଡ ଉଠିଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ବିଜେପି ନେତା ଭଗବାନ ବିଷ୍ଣୁଙ୍କ ୧୧ ତମ ଅବତାର କହିବା ପରେ ରାଜନୈତିକ ମହଲ ରେ ଏହାକୁ ବିରୋଧ କରାଯାଇଛି I

।ଭଗବାନ ଙ୍କୁ କେବେ କାହା ସହିତ ତୁଳନା କରାଯାଇନପାରେ I ସୂଚନା ଥାଉ କି ଅବଧୁତ ବାଘ ଯିଏକି ବର୍ତମାନ ମହାରାଷ୍ଟ୍ରର ବିଜେପି ର ମୁଖପାତ୍ର ଅଛନ୍ତି ସେ ଏକ ଟ୍ୱିଟ୍ ଜରିଆରେ କହିଥିଲେ କି ମୋଦି ସ୍ୱୟଂ ବିଷ୍ଣୁ ଙ୍କ ଅବତାର ଯାହାକୁ ନେଇ ସମସ୍ତେ ତାଙ୍କୁ ବିରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *