ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ର ବ୍ୟାସକବି ଫକୀରମୋହନ ଭାଷା ବୃତ୍ତି। କିପରି କରିବେ ଆବେଦନ

ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ୨୦୧୮-୧୯ ପାଇଁ ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ପ୍ରଦାନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି।

ଏହି ଭାଷା ବୃତ୍ତି ପାଇଁ ଆବେଦନ ର ଅବଧି ୧୫.୧୧.୨୦୧୮ ମଧ୍ୟରାତ୍ର ପର୍ଯ୍ୟନ୍ତ ରହିଛି।

ଶିକ୍ଷାଗତ ଯୋଗ୍ୟତା:-

+୨ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ +୩ ରେ ଓଡ଼ିଆ ସମ୍ମାନ(Hons) ରେ ପଢୁଥିବା ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନେ ଏହି ଭାଷା ବୃତ୍ତି ପାଇଁ ଆବେଦନ କରିପାରିବେ।

ସମସ୍ତ ଶିକୃତି ପ୍ରାପ୍ତ ଡିଗ୍ରୀ ଏବଂ ଅଟୋନୋମସ୍ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏହା ପାଇଁ ଆବେଦନ କରିପାରିବେ।

ବୃତ୍ତି ର ପରିମାଣ:-

ଏହି ବୃତ୍ତି ରେ ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନଙ୍କୁ ଓଡ଼ିଶା ସରକାର ଙ୍କ ତରଫ ରୁ ୨୦,୦୦୦ ଟଙ୍କା ର ବୃତ୍ତି ପ୍ରଦାନ କରାଯିବ।

କିପରି ଆବେଦନ କରିବେ:-

ଆବେଦନ କରିବା ପାଇଁ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ବିଭାଗ ର ୱେବ ସାଇଟ୍ dheodisha.gov.in କୁ ଯାଇ ଆବେଦନ କରି ପାରିବେ।

ଏହି ଖବର ଟିକୁ ସେୟାର କରିବାକୁ ଅନୁରୋଧ। ଆପଣଙ୍କ ଗୋଟିଏ ସେୟାର ପାଇଁ ହୁଏତ କେହି ମେଧା ବୃତ୍ତି ପାଇ ପାରିବ।

Leave a Reply

Your email address will not be published. Required fields are marked *