କଣ ଅଟେ ଏହି ମି ଠୁ ? ସବୁଆଡେ ଆଜିକାଲି ଶୁଣିବାକୁ ମିଳୁଛି #MeToo

ଆଜିକାଲି ସମ୍ବାଦ ପତ୍ର ରୁ ଆରମ୍ଭ କରି ସୋସିଆଲ ମିଡିଆରେ ମଧ୍ୟ ଶୁଣିବାକୁ ମିଳୁଛି ମି ଠୁ। ବହୁତ୍ ଚର୍ଚ୍ଚା ରେ ଏବେ ଏହି ମି ଠୁ।

ତେବେ ଆସନ୍ତୁ ଜାଣିବ କଣ ଅଟେ ଏହି ମି ଠୁ।

ମି ଠୁ ହେଉଛି ଏକ ଜନ ଆନ୍ଦୋଳନ ଯାହାକି ନାରୀ ମାନଙ୍କ ସହ ହେଉଥିବା ଅସଦାଚରଣ ଓ ଯୌନ ଶୋଷଣ ବିରୁଦ୍ଧ ରେ ଏକ ଅଭିଯାନ। କାଷ୍ଟିଂ କାଉଚ୍ ମଧ୍ୟ ମି ଠୁ ର ଏକ ଭାଗ।

ତେବେ ଏହି ମି ଠୁ ମାଧ୍ୟମ ରେ ସୋଷିତ ହୋଇଥିବା ମହିଳା ମାନେ ସୋସିଆଲ ମିଡ଼ିଆ ରେ ହଚ ଟ୍ୟଗ୍ ଦେଇ ମି ଠୁ (#MeToo) ଲେଖୁଛନ୍ତି।

ଏହା କାହିଁକି ଏତେ ଚର୍ଚ୍ଚା ରେ?

ଏହି ମି ଠୁ ଏଥିପାଇଁ ଏତେ ଚର୍ଚ୍ଚା ରେ ଅଛି କି ବର୍ତ୍ତମାନ ଅନେକ ନାମୀ ଦାମୀ କଳାକାର ମାନେ ଏହି ମି ଠୁ ରେ ଜଡ଼ିତ। ପ୍ରସିଦ୍ଧ କଳାକାର ନାନା ପାଟେକର ଙ୍କ ବିରୁଦ୍ଧ ରେ ମି ଠୁ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ତନୁଷ୍ରି ଦତ୍ତ।

କେବଳ ନାନା ପାଟେକର ନୁହେଁ, ଅନେକ ନାମୀ ଦାମୀ କଳାକାର ମାନେ ଏବେ ଏହି ମି ଠୁ ପାଇଁ ପଡିଛନ୍ତି ଅସୁବିଧା ରେ। ଏମିତିକି ଶ୍ରୀ ଲଙ୍କା ର ବୋଳର ମଲିଙ୍ଗ। ଙ୍କ ବିରୁଦ୍ଧ ରେ ମଧ୍ୟ ଆସିଛି ମି ଠୁ ଅଭିଯୋଗ।

Leave a Reply

Your email address will not be published. Required fields are marked *