ନିଜ ଗଡରେ ଶକ୍ତି ଦେଖାଇଲେ ଦାମ Iନିଜକୁ ପାରାଦୀପ ର ଅପ୍ରତିଦ୍ବନ୍ଦି ନାୟକ ଭାବେ ପ୍ରମାଣିତ କଲେ

ସବୁ କଳ୍ପନା ଜଳ୍ପନା କୁ ଭୁଲ ପ୍ରମାଣିତ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ I ତାଙ୍କ ବହିଷ୍କାର ପରେ ତାଙ୍କ ସହିତ କୌଣସି ଲୋକ ନାହାନ୍ତି କଟାକ୍ଷ କୁ ଫୁ କରି ଉଡାଇ ଦେଇଛନ୍ତି ଦାମ Iଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତଳନ କରି ମାହାଙ୍ଗା ,ନିମାପଡା ଖୋର୍ଦ୍ଧା ଏବଂ ଢେଙ୍କାନାଳ ରେ ପ୍ରବଳ ଜନସମର୍ଥନ ପରେ ନିଜ ଗଡରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଦାମ I କିଛିଦିନ ତଳେ କୁଜଙ୍ଗ ରେ ଏକ କାର୍ଯ୍ୟକ୍ରମ ରେ ସାଂସଦ ଏବଂ ମନ୍ତ୍ରୀ ଙ୍କୁ କଟାକ୍ଷ କରିଥିଲେ ସଭା ଭିଏଟରେ ଭିତରେ I ନିଜ ସମର୍ଥକ ମାନଙ୍କ ସହିତ ଧସେଇ ପଶି ଥିଲେ ସଭା ଭିତରକୁ I ଗତକାଲି ପୁଣି ଏକ ଚୋକ ଦେଇଛନ୍ତି ବିରୋଧୀ ମାନଙ୍କୁ I ଏରସମା ରେ ଆୟୋଜିତ ଦୁର୍ନୀତି ମହାମଞ୍ଚ ରେ ଲୋକଙ୍କ ପ୍ରବଳ ଜନସମାଗମ I

ପ୍ରାଥମିକ ପର୍ଯ୍ୟାୟ ରୁ ମିଳିଥିବା ସୂଚନା ଅନୁଯାଇ ପାଖାପାଖି 20 ହଜାର ରୁ ଉର୍ଧ ସମର୍ଥକ ଙ୍କ ଗହଳି ଲାଗିଥିଲା ଏହି ସଭାରେ I ଉକ୍ତ ବୈଠକ ରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ୟାରୀ ବାବୁଙ୍କ ଏକାନ୍ତ ଅନୁଗତ ଯଂଗ୍ୟେଶ୍ୱର ,ବରିଷ୍ଠ ସାମ୍ବାଦିକ ରବି ଦାସ ,ସୂଚନା ଅଧିକାରୀ କର୍ମୀ ରବି ଦାସ ପ୍ରମୁଖ ଯୋଗ ଦେଇଥିଲେ I ତେବେ ଦାମ ଙ୍କ ଏହି ବୈଠକ କୁ ନେଇ ସବୁ ମହଲରୁ ନଜର ରହିଥିଲା I ସତରେ କଣ ଦାମ ନିଜ ଶକ୍ତି ଦେଖାଇ ପାରିବେ ,ନା କେବଳ କଥାରେ କହି ଫୁସୁକୀ ଯିବେ I

କେତେ ଲୋକ ଅଛନ୍ତି ଦାମ ଙ୍କ ସହିତ ??ଏସବୁ ପ୍ରଶ୍ନ ର ଉତ୍ତର ମିଳିସାରିଛି I ଦାମ ପ୍ରମାଣିତ କରିସାରିଛନ୍ତି ସେ ହିଁ ଅପ୍ରତିଦ୍ବନ୍ଦି I ସାଲିସ କରିବା ଶିଖିନାହାନ୍ତି ,ଅନ୍ୟାୟ ବିରୁଧରେ ଲଢ଼ି ଜନସାଧାରଣ ଙ୍କ ପାଇଁ ନିଜ ହକ କୁ ଛଡେଇଆଣିବା ତାଙ୍କୁ ଭଲ ଭାବରେ ଜଣା I

ତେବେ ଦାମ ଙ୍କ ସହିତ ପଞ୍ଚାନନ ଏବଂ ଯଂଗ୍ୟେଶ୍ୱର ଯୋଗ ଦେବା ଏକ ନୂଆ ସମୀକରଣ ଆଡେ ଇଙ୍ଗିତ କରୁଛି ଆଗାମୀ ଦିନରେ ସମୟ କହିବI ତେବେ ସ୍ୱାଭିମାନ ମଂଚ ରେ ନବୀନ ଙ୍କୁ ଧୁମ ବର୍ଷିଛନ୍ତି ଦାମ I

ନବୀନ ବିଜୁ ବାବୁଙ୍କ ପୁଅ ହେଇ ଚଣ୍ଡିଖୋଲ କୁ ଚଡିଖୋଲ ,ବାରିପଦା କୁ ବାଡ଼ିପଡ଼ା କହିବା ଅତ୍ୟନ୍ତ ଲଜ୍ୟାଜନକ ଘଟଣା ବୋଲି କହିଛନ୍ତି ଦାମ I ଏହା ସହିତ ଦୁର୍ନୀତି ବିରୁଧରେ ବିଷଦଗାର କରିଛନ୍ତି I

Leave a Reply

Your email address will not be published. Required fields are marked *