ଓଡ଼ିଶା ରେ ଦୁର୍ଗା ପୂଜା ବିଷୟରେ କିଛି ଜାଣିବା କଥା

ଦୁର୍ଗା ପୂଜା ଓଡ଼ିଶାର ତଥା ହିନ୍ଦୁ ମାନଙ୍କର ଏକ ବିଶେଷ ପୂଜା ଅଟେ।ଏହି ପର୍ବର ଶେଷ ଦିନଟି ଦଶହରା ତଥା ବିଜୟା ଦଶମୀ ନାମରେ ପରିଚିତ।କଣ ଏହି ଦୁର୍ଗା ପୂଜା କେବେ ଠାରୁ ଆରମ୍ଭ ହୋଇଥିଲା ଆପଣ ଜାଣିଛନ୍ତି??ଏବଂ କଣ ହେଉଛି ଏହାର ପୂଜା ବିଦ୍ଧି।

ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ।ଯାହା ଦଶହରାର ପ୍ରଥମ ବିଧି ଅଟେ।

ଏହାପରେ କାରିଗର ମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରୁହନ୍ତି।ପବିତ୍ର ମହାଳୟା ଅବସରରେ ମାଆଙ୍କ ମୂର୍ତ୍ତିରେ ଖଡ଼ି ଚଢା ଯାଏ।ଏବଂ ମହାଳୟା ଠାରୁ ପ୍ରକୃତ ଦୁର୍ଗା ପୂଜା ଆରମ୍ଭ ହୁଏ।କାରଣ ଏହି ଦିନ ଠାରୁ ଦୁର୍ଗା ପୂଜା ମଧ୍ୟରେ ୧୦ଦିନ ସମୟ ଥାଏ।ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଏ।ପ୍ରକୃତ ପୂଜା ବିଧି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ।ମା ଙ୍କୁ ସ୍ଵାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ।

ବେଲ ଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ।ଶେଷରେ ରାତ୍ରୀ କାଳରେ ମା ଙ୍କ ଚକ୍ଷୁ ଦାନ ସମ୍ପନ୍ନ ହୁଏ।ଏହା ମା ଙ୍କ ବିଶେଷ ପୂଜା ବିଧି।ଶାସ୍ତ୍ର ମତେ ଏଥିରେ କୌଣସି ଅବହେଳା ହେଲେ ଅନିଷ୍ଟ ଘଟିବା ସୁନିଶ୍ଚିତ।ସପ୍ତମୀରେ ନବ ପତ୍ରିକା ପୂଜା କରାଯାଏ।ଯେଉଁ ଥିରେ କଦଳୀ ଗଛକୁ ପୂଜା କରାଯାଏ।ଏହାପରେ ମହା ସ୍ନାହାନ ବିଧି ସମ୍ପନ୍ନ କରାଯାଏ।ଅଷ୍ଟମୀରେ ହୁଏ ମା ଙ୍କ ମୁଖ୍ୟ ସନ୍ଧି ପୂଜା।ଏହିଦିନ ମା ଙ୍କ ପାଖରେ ବଳି ଦିଆଯାଏ।

ପୂର୍ବରୁ ଜୀବ ମାନଙ୍କୁ ବଳି ଦିଆଯାଉଥିଲା।କିନ୍ତୁ ଆଜିକାଲି ଲାଉ,ପାଣି କଖାରୁ,ଆଉ ବୋଇତି କଖାରୁ ବଳି ଦିଆଯାଉଛି।ନବମୀ ପୂଜାରେ ମା ଙ୍କ ପୀଠରେ ମାଛ ଭୋଗ ହୋଇଥାଏ।କଟକର ଅଲିଶା ବଜାର,ଚାନ୍ଦିନୀ ଚୋକ୍,ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛ ଭୋଗ କରିଥାନ୍ତି।ଦଶମୀ ପୂଜା ମା ଙ୍କ ଅନ୍ତିମ ପୂଜା ଅଟେ।

ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା ଙ୍କ ବିଦାୟ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହଳାମାନେ ଝିଅମାନେ ବିଦା ହେଲା ଭଳି କାନ୍ଦବୋବାଳି କରିଥାନ୍ତି।ଏହା ସହ ମହିଳା ମାନେ ସିନ୍ଦୂର ଖେଳ କରିଥାନ୍ତି।ଏବଂ ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ଅଟେ।

Leave a Reply

Your email address will not be published. Required fields are marked *