କେହି ଆସିଲେନି ,ଶେଷରେ ଅସହାୟ ବୃଦ୍ଧାଙ୍କର ଶବସତ୍କାର କଲେ ଶ୍ରମ ଏବଂ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ

ଗତକାଲି ସନ୍ଧ୍ୟା ସମୟରେ ବରଗଡ ଜିଲାର ସୋହେଲାଅନ୍ତର୍ଗତ ସାହୁଟିକିରାଠାରେ ଜଣେ ବୃଦ୍ଧI ବ୍ୟକ୍ତିଙ୍କର ମୃତ୍ୟୁ ହେଇଯାଇଥିଲା I ବୃଦ୍ଧI ବ୍ୟକ୍ତିଙ୍କ ନାମ ମାଟି ଭୁଏ Iବୃଦ୍ଧା ଙ୍କ ପରିବାର କୁ ଖବର ଦିଆଯାଇଥିଲେ ମଧ୍ୟ କେହି ଶବ ସତ୍କାର କରିବାକୁ ଆସିନଥିଲେ I ବହୁ ସମୟ ଧରି ଶବ ସେମିତି ପଡିରହିଥିଲା I ତେବେ ଏହା ଭଟଲି ନିର୍ବାଚନମଣ୍ଡଳୀ ରେ ଯାଉଥିବାରୁ ଏହି ଖବର ସ୍ଥାନୀୟ ବିଧାୟକ ତଥା ଶ୍ରମ ଏବଂ ଶକ୍ତି ମନ୍ତ୍ରୀ ଙ୍କ ପାଖରେ ପହଞ୍ଚିଥିଲା Iସଂଗେ ସଂଗେ ସୁଶାନ୍ତ ସିଂ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ସରପଞ୍ଚ ଙ୍କ ସମେତ ସ୍ବେଛାସେବୀ ଙ୍କୁ ଓ\ଯୋଗାଯୋଗ କରିଥିଲେ I ଏବଂ ନିଜେ ବୃଦ୍ଧା ଙ୍କର ଶବ କୁ ନିକଟସ୍ତ ମଶାଣି ଯାଏଁ କାନ୍ଧେଇ ନେଇଥିଲେ I ମଶାଣି ରେ ଅନ୍ତିମ ସଂସ୍କାର ନିଜେ ମନ୍ତ୍ରୀ କରିଥିଲେ I

ତେବେ ଏହାକୁ ନେଇ କିଛି ମନ୍ତ୍ରୀଙ୍କୁ ତାର୍ଚ୍ଛଲ୍ୟ କରିଥିବା ବେଳେ ଏହା ଭୋଟ ପାଇଁ ଶସ୍ତା ରାଜନୀତି କୁହାଯାଉଥିବା ବେଳେ ଅନେକ ଏହାକୁ ପ୍ରଶଂଶା କରିଛନ୍ତି I ତେବେ ଦଳ ମତ ନିର୍ବିଶେଷ ରେ ସବୁ ବିଚାର ଧାରା ର ଉର୍ଦ୍ଧ କୁ ଯାଇ ଯଦି କୁହାଯାଏ ଏହା ନିହାତି ଭାବରେ ଏକ ମାନବିକତା କାର୍ଯ୍ୟ I

Leave a Reply

Your email address will not be published. Required fields are marked *