ତିତିଲି ବାତ୍ୟାର ବନ୍ୟା ଦ୍ୱାରା ଭିଜିଯାଇଥିବା କୋଟି କୋଟି ଟଙ୍କା ଆସିକା ଏସ୍‌ବିଆଇ ବ୍ୟାଙ୍କ ଛାତ ଉପରେ ଶୁଖୁଛି

ତିତିଲି ବାତ୍ୟା ପ୍ରଭାବ ରେ ଗଂଜାମ ଗଜପତି ରେ ପ୍ରବଳ ବନ୍ୟା ହେଇଥିଲା I ବନ୍ୟାରେ ଅନେକ କ୍ଷୟକ୍ଷତି ହେଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଆସିକା ଏସବିଆଇ ବ୍ୟାଙ୍କ ମଧ୍ୟ ଏଥିରେ ପ୍ରଭାବିତ ହେଇଚି I ବନ୍ୟା ପାଣି ବ୍ୟାଙ୍କ ଭିତରେ ପଶିଯିବା ଫଳରେ ବ୍ୟାଙ୍କ ର ଅନେକ ଗୁରୁତ୍ୱପୂର୍ଣ୍ଣ ଅଫିସ କାଗଜପତ୍ର ପାଣିରେ ଭିଜି ନଷ୍ଟ ହେଇଯାଇଛି I କେବଳ କାଗଜପତ୍ର ନୁହେଁ , କୋଟି କୋଟି ଟଙ୍କା ବନ୍ୟା ଜଳରେ ଭିଜି ଯାଇଥିଲା I

ବନ୍ୟା ସ୍ୱାଭାବିକ ଅବସ୍ଥା କୁ ଆସିବା ପରେ ବ୍ୟାଙ୍କ ର ଏହି ଟଙ୍କା ସବୁ କିପରି ଭିଜିଯାଇଛି ତାହା କର୍ତ୍ତୃପକ୍ଷ ଙ୍କ ନଜର କୁ ଆସିଥିଲା ଏବଂ ଟଙ୍କା ସବୁକୁ ଶୁଖାଇବା ପାଇଁ ବ୍ୟାଙ୍କ ର ଛାତ ଉପରେ ସେମାନେ ଖରାରେ ଶୁଖାଇଥିଲେ I

କିନ୍ତୁ ଏହାକୁ କେହି ଜଣେ ସୋସିଆଲ ମିଡିଆରେ ଭିଡିଓ ଛାଡ଼ିଦେବା ପରେ ଏବେ ଘଟଣା ସାମ୍ନାକୁ ଆସିଛି I ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି I

Leave a Reply

Your email address will not be published. Required fields are marked *