ଘରେ ଯଦି ପାରା ରହୁଛନ୍ତି ନିହାତି ଥରେ ପଢନ୍ତୁ ଏହା ଶୁଭ ନା ଅଶୁଭ

ପାରା ଏକ ଶାନ୍ତ ସ୍ଵଭାବ ର ପକ୍ଷୀ ଅଟେ।ଏହି କାରଣରୁ ଏହି ପକ୍ଷୀକୁ ସମସ୍ତେ ପସନ୍ଦ କରିଥାନ୍ତି।ଆଉ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ଦାନା ଆଉ ପାଣି ମଧ୍ୟ ଦିଅନ୍ତି।ଆଜି ଆମେ ଜାଣିବା ଯଦି ଘରକୁ ପାରା ଆସନ୍ତି କିମ୍ବା ବସା ବାନ୍ଧି ରୁହନ୍ତି ତେବେ ଏହା ଶୁଭ ନା ଅଶୁଭ।ପ୍ରତ୍ୟେକ ମଣିଷ ପ୍ରତିଦିନ କଠିନ ପରିଶ୍ରମ କରିଥାଏ।ଯାହା ଦ୍ବାରା କି ସେ ତା ନିଜର ଏବଂ ପରିବାର ସଦସ୍ୟ ମାନଙ୍କର ଠିକ୍ ଭାବରେ ଭରଣ ପୋଷଣ କରିପାରିବ।

ପରିଶ୍ରମ ତ ସମସ୍ତେ କରିଥାନ୍ତି କିନ୍ତୁ କାହାର ଅଧିକ ପଇସା ମିଳିଥାଏ ତ କାହାର କମ୍।ଆପଣ କେତେକ ଲୋକ ଦେଖିଥିବେ ଯେଉଁମାନେ ପାଠ ପଢ଼ାରେ ଅଧିକ ତେଜ ଏବଂ ଅଧିକ ପରିଶ୍ରମ କରିଥାନ୍ତି ହେଲେ ସେମାନଙ୍କୁ ସଫଳତା ବହୁତ୍ ଡେରିରେ ମିଳିଥାଏ।କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କମ୍ ପରିଶ୍ରମ କରିଥାନ୍ତି ହେଲେ ମଧ୍ୟ ବହୁତ୍ ଉନ୍ନତି କରିଥାନ୍ତି।ତେଣୁ ଜୀବନରେ ସଫଳତା ପାଇବାକୁ ହେଲେ ପରିଶ୍ରମ କରିବା ସହ ଭାଗ୍ୟ ନିହାତି ଆବଶ୍ୟକ।ଯଦି ପାରା ଘରକୁ ଯିବା ଆସିବା କରିଥାନ୍ତି କିମ୍ବା ଘରେ ବସା ବାନ୍ଧି ରହିଥାନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ସୁଖ ଶାନ୍ତି ଓ ଉନ୍ନତି ମିଳିବାର ଅଛି।ଆପଣଙ୍କୁ ଯଥା ଶୀଘ୍ର ଉନ୍ନତି ମିଳିବ।କେତେକ ଲୋକ ପାରା ଘରକୁ ଆସିବା କିମ୍ବା ବସା କରିବା ବାସ୍ତୁ ଦୋଷ ବୋଲି କହିଥାନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ।

ଯଦି ଆପଣଙ୍କ ଘର ପାଖରେ କିମ୍ବା ଘରେ ପାରା ମାନେ ରହୁଛନ୍ତି ତେବେ ସେମାନଙ୍କୁ ପ୍ରଥମେ ଦାନା ଆଉ ପାଣି ଦିଅନ୍ତୁ।ଏହା ଦ୍ବାରା ଆପଣଙ୍କ ଭାଗ୍ୟରେ ଉନ୍ନତିର ରାସ୍ତା ଖୋଲିଯାଇଥାଏ।ଆପଣଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଥାଏ।

Leave a Reply

Your email address will not be published. Required fields are marked *