ବ୍ୟାଙ୍କ ମ୍ୟାନେଜରଙ୍କ ମହିଳାଙ୍କୁ ଅଫର :ଲୋନ ନେବାକୁ ହେଲେ ଗୋଟେ ରାତି ବିତାଇବାକୁ ପଡିବ

ବ୍ୟାଙ୍କ ଲୋନ କରେଇଦେବାକୁ ବେଳେବେଳେ ମ୍ୟାନେଜର ମାନେ ଲାଞ୍ଚ ମାଗିବା ଏକ ପୁରୁଣା କଥା କିନ୍ତୁ ଜଣେ ମ୍ୟାନେଜର ଜଣେ ମହିଳାଙ୍କୁ ଲୋନ କରେଇଦେବାକୁ କହି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ କହି ଚର୍ଚା କୁ ଆସିଛନ୍ତି I ପ୍ରାପ୍ତ ସୂଚନା ଅନୁଯାଇ ଘଟଣାଟି କର୍ଣ୍ଣାଟକର ଦାବଣଗେରେ ଅଞ୍ଚଳର। ମହିଳା ଜଣଙ୍କ ଲୋନ ପାଇଁ ବାରମ୍ବାର ବ୍ୟାଙ୍କ ଦୌଡିବା ପରେ ବି ମ୍ୟାନେଜର ଲୋନ ଆପୃଭାଲ କରିନଥିଲେ I ତେବେ ମହିଳାଙ୍କୁ ଏକ ଅଜବ ଅଫର ଦେଇଥିଲେ ଯଦି ମହିଳା ଜଣଙ୍କ ତାଙ୍କ ସହିତ ଗୋଟେ ରାତି ବିତେଇବେ ତେବେ ସେ ଲୋନ ଦେବେ I ମହିଳା ଜଣକ ଏଥିରେ ରାଗି ପାଚି ନିଜ ଚପଲ ଖୋଲି ଧୁମ ସେକିବା ସହିତ

ମ୍ୟାନେଜର ଙ୍କ କଲର ଧରି ବାହାରକୁ ଘୋଷାଡ଼ି ନେଇଥିଲେ ଏବଂ ଏକ କାଠ ଫାଳିଆ ରେ ନିର୍ଧୁମ ଛେଚିଥିଲେ I ସଂଗେ ସଂଗେ ପୋଲିସ ପହଂଚି ମ୍ୟାନେଜର ଙ୍କୁ ଉଦ୍ଧାର କରିଥିଲେ ଏବଂ ମହିଳା ଙ୍କ ଅଭିଯୋଗ କ୍ରମେ ମ୍ୟାନେଜର ଙ୍କୁ ଗିରଫ କରିଥିଲେ I

ପାଖରେ ଥିବା ଲୋକ ମଧ୍ୟ ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଛାଡିଥିଲେ I ମାଡ ଖାଇଥିବା ମ୍ୟାନେଜର ଜଣଙ୍କ ଡିଏଚଏଲଫ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମ ଦେବଇୟାI ।

Leave a Reply

Your email address will not be published. Required fields are marked *