ପୁଅ ଦେଇପାରିଲାନି ମା” କୁ ମୁଖାଗ୍ନି :ଆଇନଜୀବୀ ମାନଙ୍କ ଆନ୍ଦୋଳନ ପାଇଁ ମିଳିଲାନି ପାରୋଲ

ସବୁ ମା’ର ସ୍ବପ୍ନ ଥାଏ ,ମଲାପରେ ତା ବଡପୁଅ ମୁଖାଗ୍ନି ଦେଉ I ତା ଆତ୍ମା ଶାନ୍ତି ପାଇବ I କିନ୍ତୁ ଆଇନଜୀବୀ ମାନଙ୍କ ଆନ୍ଦୋଳନ ପାଇଁ ଗୋଟେ ମା ର ଇଛା ସ୍ବପ୍ନ ହେଇ ରହିଗଲା I ମୃତ୍ୟୁ ପରେ ବି ମା ମୁଁହରେ ମୁଖାଗ୍ନି ଦେଇପାରିଲାନି ବଡ ପୁଅ I ଘର ଲୋକ ସମସ୍ତେ ଚାତକପରି ଚାହିଁ ରହିଥିଲେ ପୁଅ ଆସିବ ,ମା କୁ ମୁଖାଗ୍ନି ଦେବ,କିନ୍ତୁ ନା ସେମିତି ହେଲାଣି ଶେଷରେ ପଚା ଶଢା ହେଇ ମା ର ଦାହ କରାଗଲା I ଘଟଣାଟି ମୟୂରଭଞ୍ଜ ଜିଲା ସଦର ର ଶିକରଘାଟି ଗ୍ରାମର I ଏହି ଗ୍ରାମର ବୃଦ୍ଧା ସୋମବାରୀ ଙ୍କର ସୋମବାର ରାତି ରେ ମୃତ୍ୟୁ ହେଇଥିଲା I ମା ର ମୃତ୍ୟୁ ପରେ ବଡ ପୁଅ ମୁଖାଗ୍ନି ଦେବା ନିୟମ ଅଟେ I ତେଣୁ ବଡ ପୁଅକୁ ପାରୋଲ ରେ ଆଣିବା ପାଇଁ ଘର ଲୋକେ ମଣ୍ଡଳ କାରାଗାରର ଅଧୀକ୍ଷକଙ୍କୁ ବେହୁରା ହେଇଥିଲେ I କିନ୍ତୁ ଆଇନଜୀବୀ ମାନଙ୍କର ଆନ୍ଦୋଳନ ଚାଲୁଥିବାରୁ ଏହା ସମ୍ଭବ ହେଇପାରିନଥିଲା

,ବଡ ପୁଅ ସଞ୍ଜୟ ଙ୍କୁ ପାରୋଲ ମିଳିବା ପାଇଁ କୌଣସି ଓକିଲ ମିଳିନଥିଲେ I( ସୂଚନା ଥାଉ କି ଚୋରା ଦେଶୀ ମଦ କାରବାର ରେ ବଡପୁଅ ସଞ୍ଜୟ ଗିରଫ ହେଇଥିଲେ ଏବଂ ସେବେଠାରୁ ସେ ବାରିପଦା ମଣ୍ଡଳ କାରାଗାରରେ ଅଛନ୍ତି I )ଶେଷରେ ବାଧ୍ୟ ହେଇ ପରିବାର ଲୋକେ 20 ଘଣ୍ଟାର ଅପେକ୍ଷା ପରେ ବିଫଳ ହେଇ ଶବ କୁ ଅନ୍ତିମ ସଂସ୍କାର କଲେ I

କିନ୍ତୁ ଏହାକୁ ନେଇ ସଞ୍ଜୟ ଙ୍କ ସ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି ,ଏହା ଖୋଲାଖୋଲି ମାନବାଧିକାରର ଉଲ୍ଲଂଘନ I ପିତାମାତା ଙ୍କ ମୃତ୍ୟୁ ପରେ ସନ୍ତାନ ମୁଖାଗ୍ନି ଦେବା ଆଇନଗତ ଅଧିକାର କିନ୍ତୁ ଏହି ଅଧିକାର ରୁ ତାଙ୍କ ସ୍ୱାମୀଙ୍କୁ ବଂଚିତ କରାଗଲା I

Leave a Reply

Your email address will not be published. Required fields are marked *