ଅଦାର ଆଶ୍ଚର୍ଯ୍ୟ ତଥା ଚମତ୍କାରୀ ଉପକାରିତା

ଅଦା ଏକ ମସଲା ଜାତୀୟ ଅଟେ ,ଯାହା ଘରେ ଘରେରୋଷେଇ ପାଇଁ ବ୍ୟବହାର କରାଯାଏ I ତେବେ ଏହାର ବହୁ ଔଷଧୀୟ ଗୁଣ ରହିଛି ଯାହା କି ଆମେ ଜାଣିନଥାଉ I 1)ଯଦି ଜୋରରେ କାଶ ହେଉଥାଏ ତେବେ ଖଣ୍ଡେ ଅଦା କୁ କଳରେ ରଖିଦିଅନ୍ତୁ ଏବଂ ମଝିରେ ମଝିରେ ଚୋବାଇବା ଦ୍ୱାରା କାଶ ଭଲ ହେଇଥାଏ I 2)ପେଟ ଜନିତ ଯେ କୌଣସି ସମସ୍ୟା ଯେପରିକି ଅଜୀର୍ଣ୍ଣ ,ବାୟୁ ଦୋଷ ,ଏବଂ ବାନ୍ତି ହେଉଥାଏ ତେବେ ଖାଦ୍ୟ ଖାଇ ସାରିବା ପରେ ଖଣ୍ଡେ ଅଦା କୁ ଚୋବାଇ ଖାଇବା ଦ୍ୱାରା ଏ ସବୁ ସମସ୍ୟା ରୁ ମୁକ୍ତି ମିଳିଥାଏ I

3)ଯଦି କୋଷ ବୃଦ୍ଧି ଏବଂ ଅର୍ଶ ହେଉଥାଏ ତେବେ ଏକ ମାସ ପର୍ଯ୍ୟନ୍ତ ନିୟମିତ ଏକ ଚାମଚ ଅଦା ରସରେ ଅଧ ଚାମଚ ପିପ୍ପଳୀ ଗୁଣ୍ଡ ସକାଳେ ଏବଂ ସନ୍ଧ୍ୟାରେ ଖାଇବା ଦ୍ୱାରା ସୁଫଳ ମିଳିଥାଏ I 4) କାନ ଯନ୍ତ୍ରଣା ହେଲେ କାନରେ ଦୁଇ ଟୋପା ଅଦା ରସ ପକାଇବା ଦ୍ୱାରା ଯନ୍ତ୍ରଣା ରୁ ଉପଶମ ମିଳିଥାଏ I

5)ଥଣ୍ଡା ହେଇଥିଲେ ଖଣ୍ଡେ ଅଦା କୁ ଭଲ ଭାବରେ ଛେଚୀ , ଚା ପ୍ରସ୍ତୁତ କରି ପିଇଵା ଦ୍ୱାରା ଥଣ୍ଡା ଭଲ ହେଇଥାଏ Iବାସ୍ତୁ :ଯଦି କୌଣସି କାମରେ ଯାଉଛନ୍ତି ତେବେ ସାଙ୍ଗରେ ନିହାତି ଭାବରେ ଖଣ୍ଡେ ଅଦା ନେଇଯାଆନ୍ତୁ ,ଏହା ର ସକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିବ I

Leave a Reply

Your email address will not be published. Required fields are marked *