ସସ୍ମିତ:ବିନା ହେଲମେଟ ରେ କେନ୍ଦ୍ର ମନ୍ତ୍ରୀ, ସମର୍ଥକ:ନବୀନ ଙ୍କ ସିଟ୍ ବେଲ୍ଲଟ୍ କୁଆଡେ ଗଲା?

ତୀତିଲି ର କ୍ଷୟକ୍ଷତି ଦେଖିବା ପାଇଁ ବାଇକ୍ ରେ ପରିଭ୍ରମଣ କରି କ୍ଷୟକ୍ଷତି ର ଆକଳନ କରୁଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାହାର ଫୋଟୋ ମଧ୍ୟ ସମ୍ବାଦ ତଥା ସୋସିଆଲ ମିଡିଆ ରେ ପ୍ରକାଶ ପାଇଥିଲେ।

କିନ୍ତୁ ଏହି ଫୋଟୋ ଉପରେ ମନ୍ତବ୍ୟ ରଖି ଟୁଇଟ୍ କରିଥିଲେ ବିଜେଡ଼ି ର ମୁଖ ପାତ୍ର ସସ୍ମିତ ପାତ୍ର।

ସସ୍ମିତ ଏହା ଉପରେ ମନ୍ତବ୍ୟ ରଖି କହିଥିଲେ କି ସେ କେନ୍ଦ୍ର ମନ୍ତ୍ରୀ ହୁଅନ୍ତୁ କିମ୍ବା ଦଳୀୟ କର୍ମୀ ହେଲମେଟ ପିନ୍ଧିବା ର ନିୟମ ସମସ୍ତଙ୍କ ପାଇଁ।

ଧର୍ମେନ୍ଦ୍ର କେନ୍ଦ୍ର ମନ୍ତ୍ରୀ ବୋଲି କିପରି ହେଲମେଟ ପିନ୍ଧିବେ ନାହିଁ?

ତେବେ ଏହାର ଉତ୍ତର ରେ ବିଜେପି ସମର୍ଥକ ମାନେ ନବୀନ ପଟ୍ଟନାୟକଙ୍କ କାର ରେ ବିନା ସିଟ୍ ବେଲ୍ଲଟ୍ ରେ ଯାଉଥିବା ର ଫୋଟୋ ପୋଷ୍ଟ କରିଥିଲେ।

ଏବଂ ଶସ୍ମିତ ଙ୍କୁ ପ୍ରଶ୍ନ କରିଥିଲେ ଯେ ନବୀନ ଙ୍କ ସିଟ୍ ବେଲ୍ଲଟ୍ କୁଆଡେ ଗଲା।

ଏହାର ଉତ୍ତର ନଥିଲା ସସ୍ମିତା ଙ୍କ ପାଖରେ। ଯାହା ଫଳରେ କି ସେ ନିଜେ ହିଁ ଲୋକ ହାସ୍ୟ ର ସମ୍ମୁଖୀନ ହୋଇଥିଲେ।

Leave a Reply

Your email address will not be published. Required fields are marked *