ଦାମଙ୍କ ଦୁର୍ନୀତି ବିରେ।ଧୀ ସମାବେଶ ରେ କାହିଁକି ଯୋଗ ଦେଲେନି ବୈଜୟନ୍ତ??

ଦୁର୍ନୀତି ବିରୁଧରେ ଜୋରଦାର ଲଢେଇ ପାଇଁ ଅଣ୍ଟା ଭିଡ଼ିଥିଲେ ଦାମ ରାଉତ Iଓଡ଼ିଶାର ସବୁ ଜାଗାକୁ ବୁଲି ବୁଲି ସମାବେଶ କରିବେ ବୋଲି ମଧ୍ୟ ଦମ୍ଭ ଦେଖାଇଥିଲେ ,ଖାଲି କଥାରେ ନୁହେଁ ,କାମରେ କରିକି ବି ଦେଖାଇଥିଲେ I ପ୍ରଥମେ ,ମIହIଙ୍ଗା ,ନିମାପଡା ,ଖୋର୍ଦ୍ଧା ,ଢେଙ୍କାନାଳ ଏବଂ ଏରସମା ରେ ବିଶାଳ ଜନସମର୍ଥନ ମିଳିଥିଲା I ପୂର୍ବର ସଫଳତା କୁ ନେଇକି ଗତକାଲି ବାରିପଦାରେ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା Iତେବେ ଏଥରକ ଦାମ ଙ୍କ ଠୁ ବେଶୀ ଚର୍ଚାରେ ଥିଲେ ବୈଜୟନ୍ତ I ସହର ସାରା ବଡ ବଡ ପୋଷ୍ଟର ରେ ବୈଜୟନ୍ତ ଏବଂ ଦାମଙ୍କ ବ୍ୟାନର ଛାଇଯାଇଥିଲା I ଏକ ବଡ ମହା ମେଣ୍ଟର ସୂଚନା ମିଳିଥିଲା I

କିନ୍ତୁ ଗତକାଲି ସଭାକୁ ବୈଜୟନ୍ତ ଆସିନଥିଲେ I ପୂର୍ବରୁ ମଧ୍ୟ ଏରସମା ରେ ବୈଜୟନ୍ତ ଆସିବେ ବୋଲି ଚର୍ଚା ହେଉଥିଲେ ମଧ୍ୟ ବୈଜୟନ୍ତ ଆସିନଥିଲେ I ଦାମ ଏବଂ ବୈଜୟନ୍ତ ଙ୍କୁ ନେଇ ନୂଆ ଦଳର ସମ୍ଭାବନା ର ଗତି କେଉଁ ଆଡକୁ ତାହା ସ୍ପଷ୍ଟ ଜଣାପଡ଼ିନଥିଲା I

ଶେଷରେ ଏକାକୀ ଡାକ୍ତର ଦାମୋଦର ରାଉତ ସଭା ରେ ନିଜର ଶାଣିତ ବକ୍ତବ୍ୟ ରଖି ନବୀନ ଙ୍କୁ ବାଘ ଛାଲ ପିନ୍ଧା ଗଧିଆ ର ଆଖ୍ୟା ଦେବା ସହିତ ପାଣ୍ଡିଆନ ଙ୍କୁ କଡା ସମାଲୋଚନା କରିଥିଲେ I

ତେବେ କଥା ଉଠୁଛି କି ନବୀନ ଏବଂ ବିଜେଡି ବିରୋଧରେ ସ୍ୱର ଉତ୍ତଳନ କରିଥିବା ବୈଜୟନ୍ତ ହଠାତ କାହିଁକି ଚୁପ ରହିଲେ ?? କେହି କେହି ସମାଲୋଚକ କହୁଛନ୍ତି କି ବିଜୁ ବିରୋଧୀ ମାନଙ୍କୁ ଏକାଠି କରିବା ରେ ବୈଜୟନ୍ତ ଙ୍କ ଭୂମିକା ଗୁରୁତ୍ୱ ଥିବାରୁ ଏବଂ ତାଙ୍କ ହେଇଯାଉ ଚା ଖଟି କୁ ରୋକିବାକୁ ହେଲିକପ୍ଟର ଜବତ କରାଯାଇଥିଲା ଭିର୍ଣ୍ଣ ଏକ ବାହାନା ଦେଖାଇ I ଏହା ପରେ ବୋଧେ ବୈଜୟନ୍ତ ନିରବ ସାଜିଛନ୍ତି କିମ୍ବା କୌଣସି ଏକ ବଡ ଧରଣର ଯୋଜନା ରେ ଅଛନ୍ତି ଏହି ବିଚକ୍ଷଣ ନେତା I

Leave a Reply

Your email address will not be published. Required fields are marked *