କଇଁଛ ମୁଦି କାହିଁକି ଏତେ ଶକ୍ତିଶାଳୀ ଓ ଏହାକୁ ଧାରଣ କଲେ କଣ ହୁଏ?

ଆଜି ଆମେ କଇଁଛ ମୁଦି ବିଷୟରେ ଜାଣିବା।ଆଜିକାଲିର ଯୁବ ପୀଢ଼ି ଏହି ମୁଦିକୁ ପିନ୍ଧିବାକୁ ବହୁତ ଉତ୍ସାହିତ ଅଛନ୍ତି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଚ୍ଛପ ଭଗବାନ୍ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଏ।

ଘରେ କୃପା ଲାଗି ରହିବା ପାଇଁ ସୁନା କିମ୍ବା ଚାନ୍ଦିରେ ତିଆରି କଇଁଛ ମୁଦି କୁ ଘରେ ଦେବୀ ଦେବତା ମାନଙ୍କ ପାଖରେ ରଖି ପୂଜା କରାଯାଏ।ଆଉ ମଧ୍ୟ ଯଦି ଆପଣ କଇଁଛ ପିନ୍ଧୁଛନ୍ତି ତେବେ ଏହାର ପ୍ରଭାବ ଆମର ଧନ ସମ୍ପତି ଉପରେ ପଡିଥାଏ।

ଆପଣ ଜାଣିଛନ୍ତି କଇଁଛ ଶାନ୍ତି,ଧର୍ମ ଏବଂ ସମୃଦ୍ଧିର ପ୍ରତୀକ ଅଟେ।ଏହି ମୁଦୀକୁ ପିନ୍ଧିବା ଦ୍ବାରା ଆପଣଙ୍କ ଅନେକ ଦୋଷ ଦୁର୍ବଳତାକୁ ଶାନ୍ତ କରିଥାଏ।

ଏହି ମୁଦି କୁ ପିନ୍ଧିବା ଦ୍ବାରା ମଧ୍ୟ ଆତ୍ମବିଶ୍ବାସ ବଢ଼ିବାରେ ସହଯୋଗ କରିଥାଏ।ଏହି ମୁଦି କୁ ପିନ୍ଧିବା ପୂର୍ବରୁ ପ୍ରଥମେ ଏହି ମୁଦି କି ମଙ୍ଗଳବାର ଆଣି ପୂଜା ଘରେ ରଖି ଧୂପ ଦ୍ଵୀପ ଦେଇ ପୂଜା କରିବା ସହିତ ଏହାକୁ ନିଜ ଆଙ୍ଗୁଠିରେ ପିନ୍ଧନ୍ତୁ ଏବଂ ଧ୍ୟାନ ରଖିବେ ମୁଦି ର କଇଁଛ ର ମୁଣ୍ଡ ପଟ ଯେପରି ଆପଣଙ୍କ ପଟରେ ରହିବ।

Leave a Reply

Your email address will not be published. Required fields are marked *