ମୟୁରଭଞ୍ଜ ରେ ବିରଳ :ଏକା ସାଙ୍ଗରେ ଚାରି ସନ୍ତାନ ଜନ୍ମ ଦେଲେ ମହିଳା ,ସମସ୍ତେ ସୁସ୍ଥ

ମଣିଷ ସାଧାରଣତଃ ଗୋଟିଏ ସନ୍ତାନ ଜନ୍ମ ଦେଇଥାଏ ବେଳେବେଳେ ଯାଆଁଳା ଭାବରେ ଦୁଇଟି ସନ୍ତାନ ଜନ୍ମ ହେଇଥାନ୍ତି ,କିନ୍ତୁ କେବେ ଭାବିଛନ୍ତି କି ଜଣେ ମହିଳା ଏକା ସଙ୍ଗରେ ଚାରୋଟି ସନ୍ତାନ ଜନ୍ମ ଦେବେ ??ତେବେ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ମୟୁରଭଞ୍ଜ ରେ ଦେଖିବାକୁ ମିଳିଛି I ଜଣେ ମହିଳା ଏକା ସାଙ୍ଗରେ ଚାରୋଟି ସନ୍ତାନ କୁ ଜନ୍ମ ଦେଇଛନ୍ତି I ପ୍ରାପ୍ତ ସୂଚନା ଅନୁଯାଇ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସିଙ୍ଗଡ଼ା ଗ୍ରାମରେ ଉତ୍ତମ ଧଳ ଙ୍କ ସ୍ତ୍ରୀ ଝୁନୁ ମଙ୍ଗଳବାର ଦିନ ପାଖାପାଖି 1 ଟା ସମୟରେ ବାରିପଦା ର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ରେ ଏକା ସାଙ୍ଗରେ ଚାରୋଟି ସନ୍ତାନ ଜନ୍ମ ଦେଇଛନ୍ତି I

ଚାରୋଟି ସନ୍ତାନ ମଧ୍ୟରୁ ଗୋଟିଏ ପୁଅ ଏବଂ ତିନୋଟି ଝିଅ ଅଟନ୍ତି I ସମସ୍ତ ଚାରୋଟି ଜାକ ସନ୍ତାନ ଏବଂ ମହିଳା ଜଣଙ୍କ ସୁସ୍ଥ ଅଛନ୍ତି I ତେବେ ଝୁନୁ ଙ୍କର ଏହା ପ୍ରଥମ ଗର୍ଭ ଅଟେ Iଏହା ଏକ ବିରଳ ଘଟଣା ଅଟେ I ମହିଳା ଜଣଙ୍କ ଏକା ସାଙ୍ଗରେ ଚାରୋଟି ସନ୍ତାନ ଜନ୍ମ ଦେବା ଏବଂ ସମସ୍ତେ ସୁସ୍ଥ ରହିବା ସାରା ମୟୁରଭଞ୍ଜ ରେ ଚର୍ଚା ଧରିଛି I

Leave a Reply

Your email address will not be published. Required fields are marked *