ଖାଲି ହାତରେ ଫେରିଲା ଅଭାଗିନୀ ମା ,ଏକାଠି ଆସିଥିଲେ ଏକ ସଙ୍ଗରେ ଆଖି ବୁଜିଲେ ଚାରି ସନ୍ତାନ

ଖାଲି ହାତରେ ଫେରିଲା ଅଭାଗିନୀ ମା ,ଏକାଠି ଆସିଥିଲେ ଏକ ସଙ୍ଗରେ ଆଖି ବୁଜିଲେ ଚାରି ସନ୍ତାନ:-
ମୟୁରଭଞ୍ଜ ରେ ଚର୍ଚା ରେ ଥିବା ଏକା ସଙ୍ଗରେ ଜନ୍ମ ନେଇଥିବା ଚାରୋଟି ସନ୍ତାନ ଗତକାଲି ଆଖି ବୁଜିଦେଇଛନ୍ତି I ଖାଲି ହାତରେ ମହିଳା ଜଣଙ୍କ ନିଜ ଚାରି ସନ୍ତାନ କୁ ହରାଇ ଦୁଃଖରେ ଘରକୁ ଫେରିଛନ୍ତି I ସୂଚନା ଥାଉ କି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସିଙ୍ଗଡ଼ା ଗ୍ରାମରେ ଉତ୍ତମ ଧଳ ଙ୍କ ସ୍ତ୍ରୀ ଝୁନୁ ମଙ୍ଗଳବାର ଦିନ ପାଖାପାଖି 1 ଟା ସମୟରେ ବାରିପଦା ର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ରେ ଏକା ସାଙ୍ଗରେ ଚାରୋଟି ସନ୍ତାନ ଜନ୍ମ ଦେଇଥିଲେ I

ଚାରୋଟି ସନ୍ତାନ ମଧ୍ୟରୁ ଗୋଟିଏ ପୁଅ ଏବଂ ତିନୋଟି ଝିଅ ହେଇଥିଲେ I ସମସ୍ତ ଚାରୋଟି ସନ୍ତାନସହିତ ମା ସୁସ୍ଥ ଥିଲେ ମଧ୍ୟ ଗତକାଲି ହଠାତ ଚାରି ଜଣ ମୃତୁବରଣ କରିଥିଲେ I ମୃତ୍ୟୁ ର କାରଣ ଜଣାପଡ଼ିନଥିଲେ ମଧ୍ୟ କମ ଓଜନ ଯୋଗୁଁ ହେଇଥାଇପାରେ ବୋଲି କୁହାଯାଉଛି I

Leave a Reply

Your email address will not be published. Required fields are marked *