ଜୁଳୁ ଜୁଳିଆ ପୋକ ଶୁଭ ନ ଅଶୁଭ

ଆମେ ମାନେ ଜୁଳୁଜୁଳିଆ ପୋକ ଆଉ କଲିକତରା ଘରେ ପଶିଗଲେ ସାଧାରଣତଃ ଆମେ ଅଶୁଭ ବୋଲି କହିଥାଉ ତାର କାରଣ ହେଉଛି
ସମୁଦ୍ର ଯେତେବେଳେ ମନ୍ଥନ ହେଲା ସେଥିରେ ପ୍ରଥମେ ଅଲକ୍ଷ୍ମୀ ବାହାରିଲେ ତା ପରେ ତାଙ୍କ ସାନ ଭଉଣୀ ଲକ୍ଷ୍ମୀ ବାହାରିଲେ ତେଣୁ ଲକ୍ଷ୍ମୀଙ୍କର ବଡ଼ ଭଉଣୀ ହେଉଛନ୍ତି ଅଲକ୍ଷ୍ମୀ ।

ଅଲକ୍ଷ୍ମୀ କୁ କେଉଁଠି ଠାବ ମିଲେନି।ସେ ଯୁଆଡେ ଗଲେ ବି ତାକୁ କେହି ରଖିବାକୁ ଭଲ ପାଆନ୍ତି ନାହିଁ।କିଏ ଚାହିଁବ ଦରିଦ୍ର ହେବା ପାଇଁ ?

ତେଣୁ କେହି ଯେତେବେଳେ ଅଲକ୍ଷ୍ମୀଙ୍କୁ ବିବାହ ନ କଲେ ଜଣେ ଋଷି ଥିଲେ ତାଙ୍କ ନାଁ ହେଉଛି ଉଦାଳକ।ତାଙ୍କ ସହିତ ଅଲକ୍ଷ୍ମୀ ର ବାହାଘର ହେଲା।କିନ୍ତୁ ବାହାଘର ପରେ ପରେ ଉଦାଳକଙ୍କ ଘରେ ଯେଉଁ ହୋମ ଯଜ୍ଞ ଆଉ ପୂଜା ଅର୍ଚ୍ଚନା ହେଉଥିଲା ଏହା ଅଲାକ୍ଷ୍ମୀଙ୍କୁ ଭଲ ଲାଗିଲା ନାହିଁ ସେ ବାରମ୍ବାର ତାଙ୍କ ସ୍ବାମୀଙ୍କୁ କହିଲେ ମୋତେ ଏ ଜାଗା ଭଲ ଲାଗୁନି।

ସେଥିପାଇଁ ଉଦାଳକ ତାଙ୍କୁ ଏକ କଲିକତରା ରୂପ କରିଦେଲେ।ସେ କଲିକତରା ହେଲା ପରେ ମଧ୍ୟ ଆଶ୍ରମ ଚାରି ପାଖରେ ବୁଲେ କେବେ ବି ତାକୁ ଶାନ୍ତି ଲାଗେ ନାହିଁ।ତାପରେ ଋଷି ଭାବିଲେ ତାକୁ ଭୂମିରେ ଚାଲିଲେ ଶାନ୍ତି ଲାଗିବ ନାହିଁ ସେଥିପାଇଁ ତାକୁ ଗୋଟେ ଜୁଳୁଜୁଳିଆ ପୋକ କରିଦେଲେ।ତେଣୁ ଜୁଳୁଜୁଳିଆ ପୋକ ହେଉଛି ଅଲକ୍ଷ୍ମିର ଏକ ରୂପ।

Leave a Reply

Your email address will not be published. Required fields are marked *