ଦୀପାବଳି ରାତି ରେ ଏହି ଲକ୍ଷଣ ଦେଖା ଗଲେ ଜାଣନ୍ତୁ ମା ଆସି ଯାଇଛନ୍ତି ଆପଣଙ୍କ ଘରକୁ

ଏମିତି ଅନେକ ସଂକେତ ଅଛି ଯାହା ଦ୍ବାରା ଆପଣ ଜାଣିପାରିବେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିସାରିଛନ୍ତି ବା ତାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡିସାରିଛି।

୧.ପେଚା –

ଆପଣମାନେ ଜାଣିଥିବେ ପେଚା ହେଉଛି ଲକ୍ଷ୍ମୀ ମାତାଙ୍କ ବାହନ।ଦୀପାବଳୀ ଦିନ ରାତିରେ ମାତା ଲକ୍ଷ୍ମୀଙ୍କର ଯଦି ଏହି ବାହନ ଆପଣଙ୍କୁ ଦେଖାଯାଏ ଜାଣି ନିଅନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିସାରିଛନ୍ତି।

ଆପଣଙ୍କୁ ପେଚା ଦେଖାଯିବା ଆକସ୍ମିକ ହେବା ଦରକାର।

୨.ମୂଷା –

ଦୀପାବଳୀ ଦିନ ରାତିରେ ଯଦି ମୂଷା ଆମମାନଙ୍କୁ ଦେଖାଯାଏ ତାହେଲେ ଜାଣିନିଅନ୍ତୁ ମୂଷା ମାତାଙ୍କ ରୂପ ନେଇ ଆପଣଙ୍କୁ ସୌଭାଗ୍ୟ ପ୍ରଦାନ କରିବାକୁ ଆସିଛି।

୩.ଝିଟିପିଟି –

ଯାହା ଘରେ ଝିଟିପିଟି ଅଧିକ ଅଛନ୍ତି ସେଠି ଏହି ନିୟମ ଲାଗୁ ହୁଏ ନାହିଁ।ଯାହାଘରେ ଝିଟିପିଟି ନାହାନ୍ତି ଏବଂ ହଠାତ୍ ରାତ୍ରି ସମୟରେ ଲକ୍ଷ୍ମୀପୂଜା ସରିବା ପରେ ଯଦି ଝିଟିପିଟି ର ଦର୍ଶନ ହୋଇଯାଏ ଆପଣ ଜାଣିଯିବେ ଯେ ଆପଣଙ୍କ ପୂଜା ସଫଳ ହୋଇସାରିଛି ଏବଂ ଏହା ବହୁତ୍ ଶୁଭ ସଙ୍କେତ ଅଟେ।

୪.ବିଲେଇ –

ଯଦି ଦୀପାବଳୀ ଦିନ ରାତିରେ ଆପଣଙ୍କ ଘରକୁ ବିଲେଇର ପ୍ରବେଶ ହୁଏ ତେବେ ଜାଣିବେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ଅଛି।

Leave a Reply

Your email address will not be published. Required fields are marked *