ବାରଙ୍ଗ ରେ ଅଲୌକୀକ :ମହାଲକ୍ଷ୍ମୀ ଙ୍କ ମଣ୍ଡପ ରେ ବାହାନ ପେଚା କଲା ଆରାଧନା

ପୂଜା ମଣ୍ଡପ ରେ ମା ଲକ୍ଷ୍ମୀ ପୂଜା ପାଉଛନ୍ତି I ଭକ୍ତିର
ସହିତ ସମସ୍ତେ ମା ଙ୍କ ଆରାଧନା କରିବାରେ ଲାଗିଛନ୍ତି I ମଣ୍ଡପ ରେ ମଧ୍ୟ ମା ଙ୍କ ପ୍ରିୟ ବାହାନ ପେଚା ପୂଜା
ପାଉଛି I କିନ୍ତୁ ବାରଙ୍ଗ ର ରଘୁନାଥ ପୁର ରେ ଦେଖିବାକୁ ମିଳିଛି ଏକ ଚମତ୍କାର ଘଟଣା I ମା ଲକ୍ଷ୍ମୀ ଙ୍କ ମଣ୍ଡପ ରେ କୁମାର ପୂର୍ଣ୍ଣିମା ଦିନ ଏକ ଧଳା ପେଚା ହଠାତ ଉଡି
ଆସି ବସିଥିଲା I ପ୍ରଥମେ ଦାନ ବାକ୍ସ ଏବଂ ପରେ ଲକ୍ଷ୍ମୀ ଙ୍କ ପାଦତଳେ କିଛି ସମୟ ବସିବା ପରେ ପେଚାଟି କେଉଁଆଡେ ଅନ୍ତର୍ଦ୍ଧାନ ହେଇଯାଇଥିଲା ଯାହାର କି ସମ୍ପୂର୍ଣ୍ଣ ଭିଡିଓ ସିସି ଟିଭି ରେ କଏଦ ହେଇଥିଲା I

ଲକ୍ଷ୍ମୀ ଙ୍କ ମଣ୍ଡପ ରେ ବାହାନ ପେଚା ବସିବା କୁ ସ୍ଥାନୀୟ ଅଞ୍ଚଳ ରେ ଶୁଭ ବୋଲି କହିବା ସହିତ ଏହା ମା ଙ୍କ ଆଶୀର୍ବାଦ ବୋଲି କହିଛନ୍ତି I ଘଟଣା ସ୍ଥଳରେ ପ୍ରବଳଭିଡ଼ ଲାଗିରହିଛି I

One Comment on “ବାରଙ୍ଗ ରେ ଅଲୌକୀକ :ମହାଲକ୍ଷ୍ମୀ ଙ୍କ ମଣ୍ଡପ ରେ ବାହାନ ପେଚା କଲା ଆରାଧନା”

  1. ଫାସିମିଳିବା ଦର୍କାର

Leave a Reply

Your email address will not be published. Required fields are marked *