ବିଚାର ଚାଲିଥିବା ସମୟରେ କଏଦୀ ଖସି ପଳାଇଥିଲେ ,ଅସମୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ବିଚାରପତି

ଦୋଷୀ ଙ୍କୁ ଦଣ୍ଡ ଦେବା ଏବଂ ନିର୍ଦୋଷ କୁ ନ୍ୟାୟ ଦେବା ବିଚାରପତି ଙ୍କ କାମ I ତେବେ ଯଦି ବିଚାର ଚାଲୁଥିବା ସମୟରେ କୌଣସି କଏଦୀ ଖସି ଯିବାକୁ ଚେଷ୍ଟା କରନ୍ତି ?? ଏମିତି ଏକ ଘଟଣା ଘଟିଛି ଆମେରିକାର ୱାଶିଂଗଟନ କୋର୍ଟ ରେ I ତନର ଏବଂ କୋଡ଼ବି ନାମକ ଦୁଇଜଣ କଏଦୀ ଙ୍କର ବିଚାର ଚାଲୁଥିବା ସମୟରେ ପୋଲିସ ର ଅନୁପସ୍ଥିତ ସୁଯୋଗ ନେଇ ଦୁଇ କଏଦୀ ଫେରାର୍‌ ହେବାକୁ ଦୌଡ଼ି ପଳାଇଥିଲେ I

ତେବେ ବିଚାର କରୁଥିବା ବିଚାରପତି ରାୟ ଶୁଣାଇବା ବଦଳରେ ନିଜ ଆସନ ରୁ ଉଠି ଦୁଇ କଏଦୀ ଙ୍କୁ ଧରିବାକୁ ଦୌଡ଼ି ଥିଲେ ଏବଂ ଶେଷରେ ଦୁଇଜଣଙ୍କୁ ଧରି ଥିଲେ I ତେବେ କେହି ଜଣେ ଏହାକୁ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଛାଡିବା ଏହା ଏବେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *