ଅନୁଗୁଳ ରେ ଓଲଟିପଡିଲା ପେଟ୍ରୋଲ ଟ୍ୟାଙ୍କର ,ତେଲ ନେବା ପାଇଁ ରାସ୍ତା ଜାମ କରି ଭିଡ଼ କଲେ ଲୋକେ

ପେଟ୍ରୋଲ ଦର ଆକାଶ ଛୁଆଁ I ହୁ ହୁ ହେଇ ବଢ଼ିବାରେ ଲାଗିଛି I ଏପରି ପରିସ୍ଥିତି ରେ ଯଦି ମାଗଣା ରେ ପେଟ୍ରୋଲ ମିଳେ କିଏ ଛାଡିବ ? ଆଜି ସକାଳ ସମୟରେ ଅନୁଗୋଳ ଜିଲା କତଡ଼ା ପଞ୍ଚାୟତ ଅଫିସ ପାଖରେ ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା I ଗାଡିଟି ଖସିପଡିବା ବେଳେ ଡ୍ରାଇଭର ଏବଂ ହେଲ୍ପର କୌଶଳ କରି ଖସିଯାଇଥିଲେ ଫଳରେ କାହାର କିଛି କ୍ଷତି ହେଇନଥିଲା

Iକିନ୍ତୁ ଟ୍ୟାଙ୍କର ଓଲଟିବା ହେତୁ ଟ୍ୟାଙ୍କର ରେ ଥିବା ପେଟ୍ରୋଲ ରାସ୍ତା ରେ ବୋହିବାକୁ ଲାଗିଥିଲା I ଖବର ପ୍ରଚାରିତ ହେବା ପରେ ବୋହିଯାଉଥିବା ପେଟ୍ରୋଲ କୁ ନେବାପାଇଁ ସ୍ଥାନୀୟ ଅଂଚଳ ରୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଥିଲା ଏବଂ ଯିଏ ଯାହା ପାଇଲା ସେଥିରେ ପେଟ୍ରୋଲ ବୋହିବାରେ ଲାଗିଲା I ଟ୍ୟାଙ୍କର ନିକଟରେ ଲୋକଙ୍କ ଭିଡ଼ ଲାଗିଥିଲା ଯାହାଫଳରେ ରାସ୍ତା ରେ ଗାଡି ଚଳାଚଳ ବନ୍ଦ ହେବାରୁ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *