ଆଜିଠୁ ଏସ ବି ଆଇ ଏଟିଏମ୍ ରୁ ଦୈନିକ ଉଠାଣ ୨୦ ହଜାର ନିର୍ଦ୍ଧିଷ୍ଟ କାର୍ଡ ରେ ହେବ ଲାଗୁ

ଦେଶର ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ S.B.I ନିର୍ଦ୍ଧିଷ୍ଟ debit card ଧାରୀଙ୍କ ନିମନ୍ତେ ଦୈନିକ ଏଟିଏମ୍ ଉଠାଣ ସୀମାକୁ ୪୦ହଜାରରୁ ୨୦ହଜାର ଟଙ୍କାକୁ କମାଇଛି।ବୁଧବାର ଠାରୁ ଏହି ନିଷ୍ପତି କାର୍ଯ୍ୟକାରୀ ହୋଇଛି। କ୍ଲାସିକ ଏବଂ ମାଇଷ୍ଟ୍ରେ କାର୍ଡ ଧାରିଙ୍କ ପାଇଁ ଏହା ଲାଗୁ ହେଉଛି।ସାଧାରଣତଃ ବୃହତ୍ ସଂଖ୍ୟକ ଗ୍ରାହକଙ୍କ ନିକଟରେ ଏହି କାର୍ଡ ରହିଛି।

ଅନ୍ୟ କାର୍ଡ ଧାରି ମାନେ ପୂର୍ବଭଳି ବୃହତ୍ ପରିମାଣରେ ଟଙ୍କା ଦିନକୁ ଉଠାଇପାରିବେ।
ସଂପ୍ରତି ଏଟିଏମ୍ ଜାଲିଆତି କୁ ନେଇ ବ୍ୟାଙ୍କଗୁଡିକୁ ନିକଟକୁ ବୃହତ୍ ସଂଖ୍ୟାରେ ଅଭିଯୋଗ ଆସୁଛି।ଏହାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏସ୍ ବିଆଇ ଏହିପରି ନିଷ୍ପତି ନେଇଛି।

ଏହାସହିତ ଡିଜିଟାଲ ତଥା ନଗଦରହିତ କାରବାରକୁ ପ୍ରୋତ୍ସାହନ ଦେବା ମଧ୍ୟ ଉପରୋକ୍ତ ନିଷ୍ପତି ଉଦ୍ଦେଶ୍ୟ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି।
ଡିଜିଟାଲ ନେଣ ଦେଣ କୁ ସରକାର ଯେତେ ତୋରଣିତ କଲେ ବି ଲୋକେ ନଗଦ କାରବାରକୁ ଛାଡୁନାହନ୍ତି।ଏବେ ବି ବୃହତ୍ ଭାଗ କାରବାର ର କ୍ୟାସ୍ ରେ ହେଉଛି।

ଏଭଳି କ୍ଷେତ୍ରରେ ଏସ୍ ବିଆଇ ର ଏହି ନିଷ୍ପତି ଲୋକଙ୍କୁ ପ୍ରଭାବିତ କରିବ କି ପ୍ରଶ୍ନରେ ଏସ୍ ବିଆଇ ର ପରିଚାଳନା ନିର୍ଦ୍ଦେଶକ ପି.କେ. ଗୁପ୍ତା କହିଛନ୍ତି ଯେ,ଆଭ୍ୟନ୍ତରୀଣ ତର୍ଜମାରୁ ଜଣାଯାଇଛି ଯେ,ଏଟିଏମ୍ ରୁ ଟଙ୍କା ଉଠାଣ ପରିମାଣ ଖୁବ୍ କମ୍ ରହୁଛି।ତେଣୁ ଅଧିକ ଭାଗ ଲୋକଙ୍କ ପାଇଁ ୨୦,୦୦୦ ଟଙ୍କା ଉଠାଣ ଯଥେଷ୍ଟ ହେବ।

Leave a Reply

Your email address will not be published. Required fields are marked *