କଟକ ରୁ ଉଦ୍ଧାର ହେଲା ୧୧ ଫୁଟ ର ଅଜଗର

କଟକ ସଦର ଥାନା ଅନ୍ତର୍ଗତ ପ୍ରତାପ ନଗରରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର କରାଯାଇଛି।ସାପଟିର ଓଜନ ପ୍ରାୟ ୨୦ କିଲୋଗ୍ରାମ ଏବଂ ଏହାର ଲମ୍ବ ପ୍ରାୟ ୧୧ ଫୁଟ। ଅର୍ଗାନାଇଜେସନ ଅଫ ପିପୁଲ୍ ଫର୍ ଆନିମଲ୍ ର ଜଣେ କର୍ମକର୍ତ୍ତା ସାପଟିକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡିଦିଆଯାଇଛି।

ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ କିଛି ଲୋକ ବିଚରଣ କରିବା ସମୟରେ ଗାଁ ରାସ୍ତାରେ ଏକ ବିଶାଳ ଅଜଗରକୁ ଦେଖିଲେ।ପରେ ଲୋକମାନେ ସ୍ନେକ ହେଲ୍ପ ଲାଇନ କୁ ଫୋନ କରିଥିଲେ।

ସେଠାରେ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ସୁବେନ୍ଦୁ ସ୍ୱାଇଁ ପହଞ୍ଚି ସାପଟିକୁ ଉଦ୍ଧାର କରି ନଖରା ରେଞ୍ଜ ଅଫିସ ରେ ଛାଡିଥିଲେ।ପରେ ବନ ବିଭାଗ କର୍ମଚାରୀଙ୍କ ସହମତି ଏବଂ ସହଯୋଗରେ ସାପଟିକୁ ଜଙ୍ଗଲରେ ଛଡ଼ା ଯାଇଥିଲା।

Leave a Reply

Your email address will not be published. Required fields are marked *