ଏନଟିପିସି ,ପିଜିସିଆଇଲ ପରି ଭାରତ ସରକାର ଙ୍କ ନବରତ୍ନ ସହିତ ଫେଡ଼କୋ ସମକକ୍ଷ :ଶକ୍ତି ସଚିବ

(ଓଡିଶା Exclusive :ଭୁବନେଶ୍ୱର )ଭୁଶୁଡି ପଡିଥିବା ବିଦ୍ୟୁତ ବିଭାଗ ରେ ସୁଧାର ଆଣିବାକୁ ବିଦ୍ୟୁତ ସଂସ୍କାର ନାମରେ ଘରୋଇକରଣ କରାଯାଇଥିଲା I 2012 ମସିହା ରେ ସେସୁ ର 14ଟି ଡିଭିଜନ କୁ ଫେଡ଼କୋ ,ଏଂଜେନ ,ଶ୍ୟାମ ପାୱାର କୁ ଟେକିଦିଅIଯାଇଥିଲା 5ବର୍ଷ ପାଇଁ I ୟା ମଧ୍ୟରେ 5ବର୍ଷ ପୁରଣ ହେଇସାରିଥିଲେ ବିଦ୍ୟୁତ ବିଭାଗ ର ଅପାରଗତା ଏବଂ ସରକାର ଙ୍କ ଦାୟିତ୍ୱହୀନତା ପାଇଁ ପୁନର୍ବାର ବିନା ରିଭିଉ ଏବଂ ଟେଣ୍ଡର ରେ ତିନୋଟି ଜାକ ଫ୍ରାଞ୍ଚାଇଜ ୟା ମଧ୍ୟରେ ଏକ ବର୍ଷ ଅଧିକ କାର୍ଯ୍ୟ କରିସାରିଲେଣି I

ଅନ୍ୟମାନଙ୍କ ଅପେକ୍ଷା ଯଦିଓ ଫେଡ଼କୋ ର କାର୍ଯ୍ୟଦକ୍ଷତା ରେ ଚାରୋଟି ଜାକ ଡିଭିଜନ ଏଟିସି କ୍ଷତି କମାଇବାରେ ସକ୍ଷମ ହେଇପାରିଛି I ୟା ମଧ୍ୟରେ ଓଡ଼ିଶାରେ 6ବର୍ଷ ପୂରଣ କରିଥିବା ଫେଡ଼କୋ କିଟ ବିଶ୍ୱବିଦ୍ୟାଳୟ ରେ ନିଜର ଷଷ୍ଠତମ ବାର୍ଷିକ ଉତ୍ସବ ପାଳନକରିଛି

I ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟୁତ ବିଭାଗର ସେସୁ, ନେସ୍କୋ, ୱେସ୍କୋ ,ସାଉଥ କୋ ,OERC ର ବହୁ ବରିଷ୍ଠ କର୍ମକର୍ତା ଯୋଗଦେଇଥିଲେ I ଶକ୍ତିସଚିବ ତଥା ସେସୁ ଓ ଗ୍ରୀଡ଼କୋର ଅଧକ୍ଷ ଶ୍ରୀଯୁକ୍ତ ହେମନ୍ତ ଶର୍ମା (IAS ) ମଧ୍ୟ ଫେଡ଼କୋ ର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁୟସୀ ପ୍ରଶଂସା କରିଛନ୍ତି I ଏନଟିପିସି ,ପିଜିସିଆଇଲ ପରି ଭାରତ ସରକାର ଙ୍କ ନବରତ୍ନ ସହିତ ଫେଡ଼କୋ ସମକକ୍ଷ ବୋଲି ନିଜ ବକ୍ତବ୍ୟ ରେ ଶ୍ରୀଯୁକ୍ତ ଶର୍ମା କହିଛନ୍ତି Iଭୁବନେଶ୍ୱର ରୁ ସମ୍ବାଦଦାତା ଲକି Iସୋର୍ସ :ଓଡିଶା ଅପଡେଟ

Leave a Reply

Your email address will not be published. Required fields are marked *