କୋଟିଏ ଟଙ୍କାର ସୁନା ପିନ୍ଧିଥିବା ବ୍ୟକ୍ତି ଗିରଫ

ସୁନା ପ୍ରତି ସମସ୍ତଙ୍କର ଦୁର୍ବଳତା I ତେବେ ସେଇ ଦୁର୍ବଳତା ଯେ ଜଣଙ୍କ ପାଇଁ ସମସ୍ୟା ସୃଷ୍ଟି କରି ଗିରଫ ହେବାକୁ ପଡିବ ଏକଥା ତାଙ୍କୁ ଜଣାନଥିଲା I ଘଟଣା ଟି ମଧ୍ୟପ୍ରଦେଶର ଦେବାସରେ I ଲୁଇସ୍‌ ପଲ୍‌ ନାମକ ଜଣେ ବ୍ୟକ୍ତି ଙ୍କୁ ସୁନା ଅତ୍ୟଧିକ ପସନ୍ଦ ଅଟେ ସେଥିପାଇଁ ସେ ନିଜ ଶରୀର ରେ ପାଖାପାଖି 2କେଜି ରୁ ଉର୍ଧ ଅର୍ଥାତ କୋଟିଏ ଟଙ୍କାର ଅଳଙ୍କାର ପିନ୍ଧି ଥାନ୍ତି I କିନ୍ତୁ ଗତକାଲି ସେ ଏହି କୋଟିଏ ଟଙ୍କାର ଅଳଙ୍କାର ପିନ୍ଧି ଗାଡି ଚଳାଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି।

କାହିଁକିନା ମଧ୍ୟପ୍ରଦେଶ ରେ ବର୍ତମାନ ନିର୍ବାଚନ ବିଗୁଲ ବାଜିବାକୁ ଯାଉଥିବା ବେଳେ ଏତେ ପରିମାଣରେ ସୁନା ଅଳଙ୍କାର ପିନ୍ଧିବା ଏକ ଅପରାଧ ଅଟେ I ନିର୍ବାଚନୀ ଆଚାର ସଂହିତା ଅନୁଯାଇ ଜଣେ ମହିଳା ୫୦୦ ଗ୍ରାମ ଏବଂ ପୁରୁଷ ୨୫୦ ଗ୍ରାମର ସୁନା ପିନ୍ଧିପାରିବେ କିନ୍ତୁ ଯେହେତୁ ସେ ଏହି ନିୟମ କୁ ଉଲ୍ଲଙ୍ଘନ କରିଛନ୍ତି ସେଥିପାଇଁ ତାଙ୍କୁ ଗିରଫ କରାଯାଇ ତାଙ୍କ ସମ୍ପତି ର ଖୋଳତାଡ଼ କରାଯାଉଛି

I ସୂଚନା ଥାଉ କି ଲୁଇସ୍‌ ପଲ୍‌ କୋଟିଏ ଟଙ୍କାର ଉର୍ଧ ସମ୍ପତି ର ନିଜ ବେକରେ ସୁନାର ଚାରୋଟି ବଡ ମୋଟା ଚେନ୍‌, ହାତରେ ସୁନାର ଘଣ୍ଟା ,ମୁଦି ଏବଂ ବ୍ରେସ୍‌ଲେଟ୍‌, ପିନ୍ଧିଥିଲେ।

Leave a Reply

Your email address will not be published. Required fields are marked *