ପ୍ରମୋଦିନୀ ଏବଂ ସରୋଜ ଙ୍କର ହୃଦୟ ଛୁଆଁ ବାସ୍ତବ ପ୍ରେମ କାହାଣୀ :ବାଧକ ସାଜିପାରିଲାନି ଏସିଡ ଆକ୍ରମଣ କି ଅସୁନ୍ଦରତା

ବୟସ ହେଇଥାଏ ଷୋହଳ , ଦେଖିବାକୁ ଥିଲେ ଗୋଟିଏ ଚାଉଳ ରେ ଗଢା ,ଆଉ ଏହି ସୁନ୍ଦର ଚେହେରା ପାଇଁ ଏକତରଫା ଭଲ ପାଇବସିଥିଲେ ସନ୍ତୋଷ ବେଦାନ୍ତ I ଏକତରଫା ଭଲ ପାଇବାକୁ ପ୍ରତ୍ୟାଖାନ କରିଥିଲେ ସୁନ୍ଦରୀ ପ୍ରମୋଦିନି ଯାହା ତାଙ୍କ ଜୀବନକୁ ସଜେଇଦେଲା ନର୍କ I ପ୍ରେମ ରେ ବିଫଳ ସନ୍ତୋଷ  2009 ବେଦାନ୍ତ ଏସିଡ ମାଡ କରି ପ୍ରମୋଦିନି ଙ୍କ ସୁନ୍ଦର ଚେହେରା କୁ ସମ୍ପୂର୍ଣ ବିକୃତ କରିଦେବା ସହିତ ଜୀବନକୁ ନର୍କ ସଜେଇଦେଲେ ସତେ ଯେପରି I ତଥାପି ହାର ମାନିନଥିଲେ ପ୍ରମୋଦିନି  ଅଭିଯୁକ୍ତ କୁ ଦଣ୍ଡ ଦେବା ପାଇଁ ଏତଲା ଦେଇଥିଲେ ସନ୍ତୋଷ ବେଦାନ୍ତ ନାମରେ I ହେଲେ  ଅର୍ଦ୍ଧସାମରିକ  ରେ କାମ କରୁଥିବା ସନ୍ତୋଷ ଫେରାର ହୋଇଯାଇଥିଲା । ପୁଲିସ ବି ମାମଲା ବନ୍ଦ କରିଦେଇଥିଲା। ପ୍ରମୋଦିନୀ ବହୁ ଘାତ ପ୍ରତିଘାତ ମଧ୍ୟରେ ସଂଘର୍ଷ କରି ଚାଲିଥିଲେ ।ଏହି ସଂଘର୍ଷରେ ତାଙ୍କ ସହ ସାମିଲ ହୋଇଥିଲେ କଟକର  ସରୋଜ ସାହୁ I  ଆଉ ଶେଷରେ  2017 ରେ ଅଭିଯୁକ୍ତ ଗିରଫ ହୋଇଥିଲା । ତଦନ୍ତରେ ଅବହେଳା କରିଥିବା ପୁଲିସ ଅଧିକାରୀ  ବି ନିଲମ୍ବିତ ହୋଇଥିଲେ । କୁହାଯାଏ ପ୍ରେମ ହୃଦୟ ରୁ ସୃଷ୍ଟି ହୁଏ । ବୋଧହୁଏ ସେୟା ହିଁ ହେଲା , ସରୋଜ ଏବଂ ପ୍ରମୋଦିନୀ ଭଲ ପାଇବସିଲେ ଉଭୟଙ୍କୁ I

କେହିଜଣେ  ଏକତରଫା ଭଲ ପାଇ  ସୁନ୍ଦର  ଚେହେରା କୁ ଏସିଡ ରେ ପୋଡିଦେଲା ତ ଆଉ ଜଣେ ସେହି ପୋଡ଼ିଯାଇଥିବା ଚେହେରା ରେ ହସ ଭରିଦେଲା ଭଲପାଇବା ର Iଆଉ ଏହି ପ୍ରେମ କାହାଣୀ କୁ ବାସ୍ତବ ରେ ପରିଣତ କରିବାକୁ ଯାଇ ଗତ 2017 ପ୍ରେମ ଦିବସ ଭାଲେଣ୍ଟାଇନ ଡେରେ  ପ୍ରମୋଦିନୀଙ୍କ ସହିତ  ନିର୍ବନ୍ଧ ହେଇଥିଲା ସରୋଜ ଙ୍କର I

ଭଗବାନ ଙ୍କୁ ପ୍ରାଥନା ପ୍ରମୋଦିନୀଙ୍କୁ  ଏବଂ ସରୋଜ ଙ୍କ ଚଲା ପଥରେ ପୁଷ୍ପ ବୃଷ୍ଟି କରାନ୍ତୁ I [email protected] ,Report @*Laky

Leave a Reply

Your email address will not be published. Required fields are marked *