ଘରୋଇ ଉପାୟ ରେ କଳା ଓଠ କୁ କରନ୍ତୁ ସୁନ୍ଦର ମାତ୍ର ଗୋଟେ ସପ୍ତାହ ରେ

ସାଧାରଣତଃ ପୁରୁଷ ମାନେ ସିଗାରେଟ ଟାଣିବା ,ଶରୀର ରେ ଜଳୀୟ ଅଂଶ କମ୍ ହେବା , ଏବଂ ମହିଳା ମାନଙ୍କର ବିଭିର୍ଣ୍ଣ ସମସ୍ୟା ଯଥା ଯାବତୀୟ କସମେଟିସ ବ୍ୟବହାର ଦ୍ୱାରା ସୁନ୍ଦର ଓଠ କଳା ପଡିଥାଏ I ଏଥିରୁ ନିସ୍ତାର ପାଇବାକୁ ବିଭିର୍ଣ୍ଣ ଉପାୟ ଅବଲମ୍ବନ କରିଥିଲେ ମଧ୍ୟ ସୁଫଳ ମିଳିନଥାଏ I ତେବେ ଆଜି ଚାଲନ୍ତୁ ଘରୋଇ ଉପାୟରେ ଜାଣିବା କିପରି କଳା ପଡ଼ିଯାଇଥିବା ଓଠକୁ ପୁଣି ସୁନ୍ଦରତା ଫେରେଇ ଆଣିବା I

ଏଥିପାଇଁ ପ୍ରଥମେ ସମାନ ପରିମାଣର ଗୋଲାପ ଜଳ ,ମହୁ ଏବଂ ଲେମ୍ବୁ ରସ ନିଅନ୍ତୁ ଏହାକୁ ଭଲ ଭାବରେ ମିଶ୍ରଣ କରି ଏକ ସୁତା ବା କଟନ କପଡ଼ାରେ ଭଲକି ଭିଜାଇ ଦିଅନ୍ତୁ I ଭିଜିଯାଇଥିବା କପଡା କୁ ଓଠରେ 5/10 ମିନିଟ ଯାଏଁ ଧୀରେ ଧୀରେ ମାଲିସ କରନ୍ତୁ I

ଏପରି ନିୟମିତ ଭାବରେ ସପ୍ତାହ କୁ 3/4 ଥର ଏକ ମାସ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କ ଓଠ ନରମ ସହିତ ସୁନ୍ଦରତା ଫେରି ଆସିବ I

Leave a Reply

Your email address will not be published. Required fields are marked *