ପୁଣି ଭାଇରାଲ ହେଲା ଶ୍ରୀ ମନ୍ଦିର ର ଫୋଟୋ

କଡା କଟକଣା ସତ୍ୱେ ଶ୍ରୀମନ୍ଦିର ଭିତରେ ଫଟୋ ବାରମ୍ବାର ଭାଇରାଲ୍ ହେଉଛି।କିଛି ଦିନ ତଳେ ଏକ ପ୍ରାମାଣିକ ଚଳଚ୍ଚିତ୍ରର ସୁଟିଂ ପାଇଁ ଶ୍ରୀମନ୍ଦିର ଉପରେ ଡ୍ରୋନେ ଉଡିଥିଲେ।

ଏହାର କିଛି ଦିନ ପୂର୍ବରୁ ଜଣେ ପୁଲିସ ଅଧିକାରୀ ଶ୍ରାଦ୍ଧ ଦେବାକୁ ଯାଇ ଶ୍ରୀମନ୍ଦିର ଭିତରେ ଫଟୋ ଭାଇରାଲ କରି ନିଲମ୍ବିତ ହୋଇଥିଲେ।ଆଜି ବେଙ୍ଗାଲୁରୁ ର ଜଣେ ଏଆର ହୋଷ୍ଟ୍ରେସ ମେଘା ଲୁଥୁରା ତାଙ୍କ ଫେସ୍ ଵୁକ୍ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ କରିଛନ୍ତି।

ଲୁଥୁରା ଦୁଇ ଦିନ ତଳେ ପୁରୀ ଶ୍ରୀମନ୍ଦିର ଆସିଥିବା ବେଳେ ମୋବାଇଲ ରେ ମନ୍ଦିର ଭିତର ଫଟୋ ଉତ୍ତୋଳନ କରିଥିବା କୁହାଯାଇଛି।ନିୟମିତ ଅନ୍ତରାଳରେ ଏଭଳି ଫଟୋ ଭାଇରାଲ ହେଉଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *