ଶିକାର ପାଇଁ ବାପା ବିଛାଇଥିବା ବିଦ୍ୟୁତ ତାର ରେ ପୁଅ ଏବଂ ପୁତୁରା ର ଗଲା ଜୀବନ

ନିଜ ଶିକାର ଜାଲ ରେ ହେଲା ସର୍ବନାଶ I ଯେଉଁ ଜାଲ ବିଛାଇଥିଲେ ପଶୁ ଧରିବାକୁ ସେହି ଜାଲରେ ନିଜ ର ଦୁଇ ପୁଅ ଚାଲିଗଲେ I ଘଟଣା ଟି ଅନୁଗୁଳ ଜିଲ୍ଲାର ହତାଶିମିଳି ଗାଁ ର I ପ୍ରାପ୍ତ ସୂଚନା ଅନୁଯାଇ ଏହି ଗ୍ରାମର
ଭୀମସେନ ନାଏକ ଜଣେ ଶିକାରୀ ଅଟନ୍ତି I ବଣ ଜଙ୍ଗଲ ରୁ ବିଭିର୍ଣ୍ଣ ପଶୁ ପକ୍ଷୀ ଶିକାର କରିଥାନ୍ତି Iଗତ ଅକ୍ଟୋବର 23 ତାରିଖ ରି ଶିକାର କରିବାକୁ ଭୀମସେନ ଜଙ୍ଗଲ ରେ 11କେଭି ବିଦ୍ୟୁତ ତାର ବିଛାଇଥିଲେ କିନ୍ତୁ ଆଉ ଘରକୁ ଫେରିନଥିଲେ I

ବହୁ ସମୟ ଧରି ବାପା ନଫେରିବାରୁ ପୁଅ ଅମୁଲ୍ୟ ନାୟକ (17) ଏବଂ ପୁତୁରା ସିପୁନ ନାୟକ (14) ତାଙ୍କୁ ଖୋଜିବାକୁ ଯାଇଥିଲେ,କିନ୍ତୁ ଜଙ୍ଗଲ ରେ ବିଛା ଯାଇଥିବା ବିଦ୍ୟୁତ ତାରରେ ଦୁଇ ଭାଇ ଆସି ଜିଅନ୍ତା ଜଳିଯାଇଥିଲେ I ପରେ କିନ୍ତୁ ଭୀମସେନ ଘରକୁ ଫେରି ଆସିଥିଲେ I ଗତକାଲି ରବିବାର ରେ ସେହି ଗ୍ରାମର କିଛି ଲୋକ ଜଙ୍ଗଲ ନିକଟସ୍ତ ନାଳ ପାଖରେ ଦୁଇ ଭାଇଙ୍କର ଗଳିତ ଶବ ଦେଖି ଗାଁ ରେ ଖବର ଦେବା ପରେ ପୋଲିସ ଶବ କରିଛି I

ତେବେ ପାରିପାର୍ଶିକ ଅବସ୍ଥାରୁ ଦୁଇ ଭାଇ ବିଦ୍ୟୁତ ଆଘାତ ରେ ମୃତ୍ୟୁ ହେଇଥିଲେ ମଧ୍ୟ ତାଙ୍କୁ ନାଳ ର ପଙ୍କରେ ପୋତି ଦିଆଯାଇଥିଲା ଯାହାକି ସନ୍ଦେହ ସୃଷ୍ଟି କରିଛି I ଘଟଣାରେ ପୋଲିସ ଶିକାରୀ ବାପାକୁ ଅଟକ ରଖି ପଚରା ଉଚରା କରୁଛି I

Leave a Reply

Your email address will not be published. Required fields are marked *