ବେକାରୀ ସମସ୍ୟା କୁ ନେଇ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ତାଲା ପକାଇବ ବିଜେପି ,ବିଜେଡି ମଧ୍ୟ କେନ୍ଦ୍ରୀୟ ପିଏସୟୁରେ ଦେବ ଧାରଣା

ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି ,ସାଧାରଣ ଯୁବକ ଯୁବତୀ କଥା ଦୂରେ ଥାଉ ହଜାର ହଜାର ଟେକ୍ନିକାଲ ଛାତ୍ର ଛାତ୍ରୀ ,ITI ,ଡିପ୍ଲୋମା ,ଡିଗ୍ରୀ କରି ବେକାର I ଅନ୍ୟାନ୍ୟ କ୍ଷେତ୍ର ଗୁଡିକରେ ମଧ୍ୟ ନିଯୁକ୍ତି ର ବାଟ ବନ୍ଦ ହେଇଥିବା ବେଳେ ରୋଜଗାର ର ସମସ୍ତ ପ୍ରକାର ବାଟ ଯେପରି ଯୁବ ବନ୍ଧୁ ମାନଙ୍କ ପାଇଁ ବନ୍ଦ ହେଇସାରିଛି ଯାହା ଫଳରେ ସେମାନେ ବାଧ୍ୟ ହେଇ ସୁରଟ ,ଗୋଆ ପରି ବାହାର ରାଜ୍ୟକୁ ସାମାନ୍ୟ କାମ ଖଣ୍ଡେ ପାଇଁ ନିଜ ଭିଟା ମାଟିକୁ ଛାଡି ଯାଉଛନ୍ତି I ବିଜେଡି ର ଦୀର୍ଘ ୧୮ ବର୍ଷ ସାଶନ ଭିତରେ ନିଯୁକ୍ତି ଘର ସମ୍ପୂର୍ଣ୍ଣ ଶୂନ I I ଦୀର୍ଘ ଚାରି ବର୍ଷ ମଧ୍ୟରେ ରାଜ୍ୟର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପାଖାପାଖି ୨ ଲକ୍ଷ 30 ହଜାର ଯୁବକ /ଯୁବତୀ ନିଜର ନାମ ପଞ୍ଜୀକରଣ କରାଇଥିଲେ ମଧ୍ୟ ତଥ୍ୟ ଅନୁଯାଇ ମାତ୍ର ୧୧୪୪ଜଣଙ୍କୁ ନିଯୁକ୍ତି ଦିଆଯାଇଛି I

ରାଜ୍ୟର କେତୋଟି ଜିଲ୍ଲାରେ ନିଯୁକ୍ତି ମେଳା ର ଆୟୋଜନ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ ଓଲଟା ପ୍ରତି ଯୁବକ ଯୁବତୀ ଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ପାଖାପାଖି 40ଲକ୍ଷ ଟଙ୍କା ର ଆତ୍ମସାତ ହେଇଥିବା ବିଜେପି ଅଭିଯୋଗ କରିଛି I

ଏହାକୁ ନେଇ ଆଜି ବିଜେପି ପକ୍ଷରୁ ସମସ୍ତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ ଗୁଡିକ ତାଲା ପକାଇବାର ଡାକରା ଦିଆଯାଇଛି I ଅପରପକ୍ଷରେ ବିଜେଡି ଏହାକୁ ଖଣ୍ଡନ କରିବା ସହିତ ବିଜେପି କୁ ଚେକ ଦେବାକୁ ଯୁବ ଓ ଛାତ୍ର ଦ୍ୱାରା ସମସ୍ତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଗରେ ଧାରଣା ଦେବାକୁସ୍ଥିର କରାଯାଇଛି ।

Leave a Reply

Your email address will not be published. Required fields are marked *