ବିବାହ ପୂର୍ବରୁ କିପରି ସେଲିବ୍ରସନ୍ କରୁଛନ୍ତି ପ୍ରିୟଙ୍କା ଚୋପ୍ରା

ଜୁଲାଇ ରୁ ଅକ୍ଟୋବର।ମାତ୍ର ଚାରି ମାସ।ଜୁଲାଇ ରୁ ମୁମ୍ବାଇ ଆସି ନିର୍ବନ୍ଧ ସାରିବା ପରେ ଏଥର ବାହା ବେଦିରେ ବସିବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପ୍ରା।

ଶୁଣାଯାଉଛି ଆସନ୍ତା ଡ଼ିସେମ୍ବର ରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି ପ୍ରିୟଙ୍କା ଓ ତାଙ୍କ ଆମେରିକୀୟ ଗାୟକ ବୟ ଫ୍ରେଣ୍ଡ୍ ନିକ୍ ଯୋନାସ୍।

କଥାଟିରେ ଯେ ସତ୍ୟତା ଅଛି ତାହା ପ୍ରମାଣ କରିବାକୁ ଯାଇ ଗତ ରବିବାର ଖୁବ୍ ସାଜ ସଜା କରି ପ୍ରିୟଙ୍କା ହାଜର ହୋଇଥିଲେ ନିଉୟର୍କ ର ‘ ଟିଫିନିଜ୍ ବ୍ଲୁ ବକ୍ସ୍ ‘ କ୍ୟାଫିରେ।ସାଙ୍ଗରେ ଥିଲେ ନିକ୍।ଉଦ୍ଦେଶ୍ୟ ଥିଲା ପ୍ରି ୱେଡିଂ ସେ ଲିବ୍ରେସନ୍।ଏହି ଅନୁଷ୍ଠାନର ଆୟୋଜକ ଥିଲେ ପ୍ରିୟଙ୍କା ଙ୍କ ଘନିଷ୍ଠ ବନ୍ଧୁ ମ୍ୟୁରିନା, ଅଞ୍ଜୁଲା।

ଏହି ଅନୁଷ୍ଠାନର ପ୍ରିୟଙ୍କାଙ୍କ ହାତଗଣତି ଅଳ୍ପ କିଛି ହଲିଉଡ୍ ବାନ୍ଧବୀ,ନିକଙ୍କ ସାନ ଭାଇ କେଭିନ୍ ଯୋନସା ଓ ତାଙ୍କ ପତ୍ନୀ ଡାନିଏଲ୍ ଓ ସେମାନଙ୍କ ଝିଅ ଏଲିନା।ବଡ଼ କଥା ହେଲା ନିଉୟର୍କ ର ଏହି କ୍ୟା ଫିରେ ବାଜୁଥିଲା ବଲିଉଡ୍ ଗୀତ।

Leave a Reply

Your email address will not be published. Required fields are marked *